Advertisment

ଖୋଲିଲା ଧାନ ମଣ୍ଡି, ମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ଆଜି ଉତ୍ସବର ଦିନ

ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍‌ କରାଯିବ ।

author-image
Niharika Rout
Inaguration

Inaguration

ରାଜ୍ୟରେ ଆଜିଠୁ ଖୋଲିଲା ଧାନ ମଣ୍ଡି। ବରଗଡ଼ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଏଥିସହ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍‌ କରାଯିବ ।

ବରଗଡ଼ କଳାପାଣି ମଣ୍ଡିରେ ଆଜି ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଯୋଗାଣ ମନ୍ତ୍ରୀ । ବରଗଡ଼ ଅତାବିରା ସମେତ ସମୁଦାୟ ୩ଟି ସ୍ଥାନରେ ମନ୍ତ୍ରୀ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଆସନ୍ତା କାଲିଠୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଣ୍ଡିରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ ହେବ ।

Advertisment

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆଜିର ଦିନ ହେଉଛି ଚାଷୀଙ୍କ ପାଇଁ ଉତ୍ସବର ଦିନ । ବରଗଡ଼ ଜିଲ୍ଲା ହେଉଛି ଓଡ଼ିଶାର ଭାତ ହାଣ୍ଡି। ତେଣୁ ଏହିଠାରୁ ମଣ୍ଡି ଖୋଲିବାର ଶୁଭାରମ୍ଭ କରାଗଲା। ଆସନ୍ତା କାଲିଠୁ ଅନ୍ୟ ଜିଲ୍ଲାମାନଙ୍କରେ ମଣ୍ଡିରେ ଧାନ କିଣା ଆରମ୍ଭ ହେବ । ଆମ ସରକାର ଦେଇଥିବା କଥା ରଖିଲା। ସୀମା ସିଲ୍‌ କରାଯିବାର ବ୍ୟବସ୍ଥା କରାଯାଇଛି। ସୀମାରେ ସିସିଟିଭି ଲଗାଯାଇଛି। ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ବାହାର ରାଜ୍ୟର ଧାନ ଆମ ରାଜ୍ୟରେ ପଶିବନି।

ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ମଣ୍ଡିରେ ଚାଷୀଙ୍କ ପାଇଁ ଖାଇବା, ଶୌଚାଳୟ ବ୍ୟବସ୍ଥା କରାଯାଇଛି। ପଲିଥିନ ବ୍ୟବସ୍ଥା ବି କରାଯାଇଛି। ବାହାର ରାଜ୍ୟର ଧାନ କିପରି ଆମ ରାଜ୍ୟରେ ପ୍ରବେଶ ନ କରିବ ତାହାର ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲ୍ଲାରେ ବିଜେପି କର୍ମୀ ବି ସଜାଗ ଅଛନ୍ତି। ଧାନର ଯେପରି କଳା ବଜାରୀ ନ ହେବ କି ଚୋରା କାରବାର ନ ହେବ ତା’ ଉପରେ ତୀକ୍ଷଣ ଦୃଷ୍ଟି ରଖାଯାଇଛି।

ତେବେ ଏଥର ଯେପରି ଧାନର କଳାବଜାରୀ ନ ହୁଏ ତା’ ଉପରେ କଡ଼ା ନଜର ରଖାଯାଇଛି। ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ, ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ। ୮୦୦ ଟଙ୍କା ସବସିଡି ପାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

Baragarh Paddy Procurement Paddy Mandi