Advertisment

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଦ୍ମ ବିଜେତା, କୃତଜ୍ଞତା ଜଣାଇଲେ

ପଦ୍ମ ପୁରସ୍କାରପ୍ରାପ୍ତଙ୍କ ସମ୍ମାନରେ ରାଜ୍ୟ ବିଜେପି ସରକାର ୩୦ହଜାର ଟଙ୍କାର ପେନସନ୍ ପ୍ରଦାନ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

CM Mohan Charan Majhi

CM Mohan Charan Majhi

Advertisment

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପଦ୍ମ ପୁରସ୍କାରପ୍ରାପ୍ତ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ପଦ୍ମ ପୁରସ୍କାରପ୍ରାପ୍ତଙ୍କ ସମ୍ମାନରେ ରାଜ୍ୟ ବିଜେପି ସରକାର ୩୦ହଜାର ଟଙ୍କାର ପେନସନ୍ ପ୍ରଦାନ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Advertisment

ଆଜି ଏ ସମ୍ପର୍କରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପଦ୍ମ ପୁରସ୍କାର ବିଜେତା ଡଃ ଜିତେନ୍ଦ୍ର ହରିପାଲ, ଚତୁର୍ଭୁଜ ମେହେର, ପ୍ରମୋଦ ଭଗତ, ସୁଦର୍ଶନ ସାହୁ ଓ ଅନ୍ୟ ସମ୍ମାନିତ ବ୍ୟକ୍ତିମାନଙ୍କୁ ଭେଟିବା ଓ ସେମାନଙ୍କ ସହ କଥାବାର୍ତ୍ତା କରିବା ସୌଭାଗ୍ୟର ବିଷୟ । ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ୩୦ହଜାର ଟଙ୍କାର ପେନସନ୍ ଦେବାର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ପଦକ୍ଷେପ ପାଇଁ ସେମାନଙ୍କର ପ୍ରଶଂସାରେ ଅଭିଭୂତ । ଏହି ପେନସନ୍ ସେମାନଙ୍କର ସମର୍ପଣ ଓ ଉପଲବ୍ôଧକୁ ମାନ୍ୟତା ଦେଉଛି ।

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ କିଭଳି ସଂରକ୍ଷିତ ରଖିହେବ ଓ ପ୍ରୋତ୍ସାହିତ କରିବାର ଶୈଳୀ ସମ୍ପର୍କରେ ଆଲୋଚନା କରିଥିଲୁ । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ଉପାଦେୟ ପରାମର୍ଶକୁ ଗୁରୁତ୍ୱ ଦେବା ସହ ଆମର ଗୌରବମୟ ପରମ୍ପରା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରୁଛି ।

Advertisment

ଆମର ସାଂସ୍କୃତିକ ପ୍ରତୀକଗୁଡ଼ିକର ସମ୍ମାନ କରିବା ଓ ଏହି ସମ୍ବନ୍ଧକୁ ଅଧିକ ସୁୂଦୃଢ଼ କରିବା ଆମ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିବା ସହ ସମସ୍ତେ ମିଶି ଓଡ଼ିଶାର ଗୌରବ ରକ୍ଷା କରି ଉତ୍ସବ ମନାଇବାକୁ ଆହ୍ୱାନ କରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe