Advertisment

ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ, ମେଡ଼ିକାଲ୍‌ରେ ଭର୍ତ୍ତି

କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଗୁଣି କୁଅଁର। ସେଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

ଅଦ୍ୟତନ ହୋଇଛି
Maguni Kuanr

Maguni Kuanr

Advertisment

ଓଡ଼ିଶାର ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅବସ୍ଥା ହୋଇପଡ଼ିଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର କିଛିଦିନ ହେଲା ବାର୍ଦ୍ଧକ୍ୟ ଯନ୍ତ୍ରଣା ପାଇଆସୁଛନ୍ତି। ଯେଉଁଠି ପାଇଁ ସେ ନିୟମିତ ମେଡିସିନ ସେବନ କରୁଛନ୍ତି। ସୋମବାର ହଠାତ ତାଙ୍କ ଦେହ ହାତ ବିନ୍ଧିବା ସହିତ ଅତ୍ୟଧିକ ଦୁର୍ବଳ ହୋଇଯାଇଥିଲା। ପ୍ରବଳ ଗରମ ଯୋଗୁ ଏପରି ହେଉଥିବା ସନ୍ଦେହ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଦେଇଥିଲେ। ତା’ପରେ ମଧ୍ୟ ସେ ସୁସ୍ଥ ହୋଇନଥିଲେ। ବିଛଣାରୁ ଉଠି ପାରିଲେ ନାହିଁ। ପରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସଠାରେ ତାଙ୍କର ଚିକିତ୍ସା ଚାଲିଛି। କିନ୍ତୁ ମେଡ଼ିକାଲ୍‌ରେ ଠିକ୍‌ରେ ଚିକିତ୍ସା ସେବା ପାଉନଥିବା ଅଭିଯୋଗ ହେଉଛି।

କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଗୁଣି କୁଅଁର। ସେଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe