Advertisment

ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ, ମେଡ଼ିକାଲ୍‌ରେ ଭର୍ତ୍ତି

ଆଜି ସକାଳେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି।

author-image
Tapaswini Nayak
Maguni Charan Kuanr

Maguni Charan Kuanr

ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଆଜି ସକାଳେ ବାବାଙ୍କୁ ମେଡିସିନ ଖୁଆଇବାକୁ ଉଠାଇଥିଲୁ। ହେଲେ ସେ ବିଛଣାରୁ ଉଠି ପାରିନଥିଲେ ଓ ଠିକ୍‌ରେ କଥା କହିପାରିନଥିଲେ।ଡାକ୍ତରଖାନା ନେବା ପାଇଁ  ଆମେ ତୁରନ୍ତୁ ଆମ୍ବୁଲାନ୍ସକୁ ଫୋନ କରିଥିଲୁ। ତାଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି। ଅତ୍ୟଧିକ ଗରମ ଓ ମେଡିସିନ ଡୋଜ୍ ଅଧିକ ଖାଇବା ଯୋଗୁ ବାବା ଦୁର୍ବଳ ହୋଇଯାଇଛନ୍ତି।

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଲୁଜ୍ ମୋସନ ହୋଇଛି। କାଜୁଆଲିଟିରେ ସେ ଆଡମିଶନ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

Advertisment

ସୂଚନାଯୋଗ୍ୟ, କିଛି ଦିନ ତଳେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Kendujhar