Advertisment

ଜୁଲୁସ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍‌ ପତାକା!

ପାଲେଷ୍ଟାଇନ ପତାକା ଉଡାଇବାକୁ ନେଇ କିଛି ସମୟ ପାଇଁ ଜୁଲୁସ ଶୋଭାଯାତ୍ରା ବନ୍ଦ ରହିଥିଲା। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଜୁଲୁସ ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Cuttack

Cuttack

ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଅବସରରେ କଟକରେ ଜୁଲୁସ ଶୋଭାଯାତ୍ରା ବେଳେ ପାଲେଷ୍ଟାଇନ ପତାକା ଉଡିଥିବା ଅଭିଯୋଗ ହୋଇଛି। ଦରଘାବଜାର ଥାନା ଅଞ୍ଚଳରେ ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତକା ଉଡାଉଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଦରଘାବଜାର ଥାନା ପୁଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଛି।

Advertisment

ପାଲେଷ୍ଟାଇନ ପତାକା ଉଡାଇବାକୁ ନେଇ କିଛି ସମୟ ପାଇଁ ଜୁଲୁସ ଶୋଭାଯାତ୍ରା ବନ୍ଦ ରହିଥିଲା। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଜୁଲୁସ ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଥିଲା।

ପାଲେଷ୍ଟାଇନ ପତାକା ଉଡାଇବାକୁ ନେଇ ଆଡିସିନାଲ ଡିସିପି ଅନୀଲ ମିଶ୍ର କହିଛନ୍ତି, ପାଲେଷ୍ଟାଇନ ପତାକା ଜଣେ ଯୁବକ ଉଡାଉଥିବା ଅଭିଯୋଗ ହୋଇଥିଲା। ତେବେ ତାହା ପାଲେଷ୍ଟାଇନ ପତାକା ବୋଲି ଜଣାପଡୁନାହିଁ। ପାଲେଷ୍ଟାଇନ ପତାକା ବୋଲି ସନ୍ଦେହ କରାଯାଉଛି। ଏହାକୁ ନେଇ ବିବାଦ ଯେପରି ନହେବ, ସେଥିପାଇଁ ପତାକା ଜବତ କରାଯାଇଛି ବୋଲି ସେ କହିଛନ୍ତି।

Advertisment
Cuttack Crime