Advertisment

ସତ ହେଉଛି ଗଣନା; ପାଞ୍ଜି ଦେଇଥିଲା ବାତ୍ୟାର ପୂର୍ବ ସୂଚନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ।

Panjika

Panjika

Advertisment

ଚଳିତ ବର୍ଷ ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ଅସଲି ଖଡ଼ିରତ୍ନ ପଞ୍ଜିକାରେ ଗଣନା କରାଯାଇଥିଲା। ଯାହା ଏବେ ସତ ହେବାକୁ ଯାଉଛି। ବାତ୍ୟା କେଉଁ ତାରିଖରେ ହେବ ଓ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା। ଅସଲି ଖଡ଼ିରତ୍ନ ପଞ୍ଜିକାରେ  ୧୯୬ ପୃଷ୍ଠାରେ ଏହା ଉଲ୍ଲେଖ ରହିଥିଲା। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। 

Advertisment

ଅସଲି ଖଡ଼ିରତ୍ନ ପଞ୍ଜିକାରେ ପାଣିପାଗ ସଂପର୍କରେ ଗଣନା କରାଯାଇଥିଲା ଯେ, ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର ଓ ନିଆଳି ଆଦି ଅଞ୍ଚଳରେ ସାମୁଦ୍ରିକ ଝଡ଼, ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଅକ୍ଟୋବର ୧୭ରୁ ୨୩ ମଧ୍ୟରେ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବା ନେଇ ପଞ୍ଜିକାରେ ଗଣନା କରାଯାଇଥିଲା। ବାତ୍ୟା ସଂପର୍କିତ ତଥ୍ୟକୁ ନେଇ ପଞ୍ଜିକାର ଉଲ୍ଲେଖ ଥିବା ୧୯୬ ପୃଷ୍ଠା ଏବେ ସୋଶାଲ ଭାଇରାଲ୍ ହେଉଛି।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ। ଏହାପରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।

Advertisment

Heavy Rain Cyclone Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe