/odisha-reporter/media/post_attachments/uploadimage/library/16_9/16_9_0/Parade_1723382557.jpg)
Parade
ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ଅଭ୍ୟାସ ଆରମ୍ଭ। ୭୮ ତମ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସାଲ୍ ହୋଇଛି।
Advertisment
ଚଳିତ ବର୍ଷ ପରେଡରେ ଏନସିସି, ସ୍କାଉଟ, ଗାଇଡ, ଅର୍ଦ୍ଧସାମରିକ ଓ ସାମରିକ ଭଳି ବିଭିନ୍ନ କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୫୮ ଟି ଗ୍ରୁପ ଅଂଶଗ୍ରହଣ କରିବେ। ପରେଡକୁ କମାଣ୍ଡ କରିବେ ଆଇପିଏସ ଅମ୍ରିତପାଲ୍ କର। ଚଳିତ ବର୍ଷ ଇଣ୍ଡୋ ତିବତିଆନ୍ ବର୍ଡର ପୁଲିସ ଓ ଛତିଶଗଡ଼ ଷ୍ଟେଟ୍ ଆର୍ମଡ ପୁଲିସ ଯୋଗଦେଇଛନ୍ତି।
ଅଗଷ୍ଟ ୧୫ ଦିନ ସକାଳ ୯ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
