Advertisment

ଓଡ଼ିଶା ରିପୋର୍ଟର ସ୍ତମ୍ଭ ପାଇଁ ପରଂବ୍ରହ୍ମଙ୍କୁ ମିଳିଲା ଲାଡଲି ମିଡ଼ିଆ ପୁରସ୍କାର

‘ଓଡ଼ିଶା ରିପୋର୍ଟର’ରେ ପ୍ରକାଶିତ ତାଙ୍କର ଆଲେଖ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
laadli awards

laadli awards

ସ୍ତମ୍ଭକାର ଓ ପ୍ରାବନ୍ଧିକ ପରଂବ୍ରହ୍ମ ତ୍ରିପାଠୀଙ୍କୁ ଚଳିତ ବର୍ଷର ସମ୍ମାନ ଜନକ ଜାତୀୟ ‘ଲାଡଲି ମିଡ଼ିଆ’ ପୁରସ୍କାର ପାଇଛନ୍ତି। ମହାରାଷ୍ଟ୍ର ଥାନେଠାରେ ମିଳିତ ଜାତିସଙ୍ଘ ପପୁଲେସନ ଫଣ୍ଡ ଓ ପପୁଲେସନ ଫାଷ୍ଟର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ ଭଵ୍ୟ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Advertisment

‘ଓଡ଼ିଶା ରିପୋର୍ଟର’ରେ ପ୍ରକାଶିତ ତାଙ୍କର ଆଲେଖ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। କ୍ରମାଗତ ଦ୍ଵିତୀୟ ଥର ପାଇଁ ଲିଙ୍ଗ ସମ୍ବେଦନଶୀଳତା ଦିଗରେ ନିଜ ଆଲେଖ୍ୟ ପାଇଁ ପରଂବ୍ରହ୍ମଙ୍କୁ ଏହି ଜାତୀୟ ସମ୍ମାନ ମିଳିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ ଟେଲିଭିଜନ ତାରକା ରେଣୁକା ସାହାଣେ ଓ ଅନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। 

ସାମ୍ବାଦିକ ଭାବେ ନିଜ ପେସାଦାର ଜୀବନ ଆରମ୍ଭ କରିଥିବା ପରଂବ୍ରହ୍ମ ବିଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଜଣେ ଉନ୍ନୟନମୂଳକ ଯୋଗାଯୋଗ ପେସାଦାର ଭାବେ ବିବିସି, ଲ୍ୟାଣ୍ଡିସା, ଚିକାଗୋ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ସହ କାମ କରି ଆସୁଛନ୍ତି। ଜଣେ ସ୍ତମ୍ଭକାର ଓ ପ୍ରାବନ୍ଧିକ ଭାବେ ସେ ଏକାଧିକ ସମ୍ମାନ ପୁରସ୍କାର ପାଇଛନ୍ତି।  ଏହି ପୁରସ୍କାର ପାଇଁ ପରଂବ୍ରହ୍ମ  ଓଡ଼ିଶା ରିପୋର୍ଟରର ସମ୍ପାଦନା ମଣ୍ଡଳୀଙ୍କୁ ନିଜ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। 

Advertisment
Bhubaneswar Laadli Awards 2024