Advertisment

ପୁଅର ଜୀବନ ଭିକ୍ଷା ମାଗୁଛନ୍ତି ବୃଦ୍ଧ ବାପା-ମାଆ

ଘଷିପୁରା ବ୍ଲକ୍‌ ବରମାଳ ଗାଁର ଗୋଲକ ଜେନାଙ୍କ ପୁଅ ମିଲୁ ବେଙ୍ଗାଲୁରୁକୁ କାମ କରିବା ପାଇଁ ଯାଇଥିଲେ। ସେ ସେଠାରେ ଡ୍ରାଇଭର ଭାବେ କାମ କରୁଥିଲେ। କିଛିଦିନ ତଳେ ସଡ଼କ ଦୁର୍ଘଟଣା ସେ ଗୁରୁତର ଆହତ ହୋଇଥିଲେ।

Old Couple

Old Couple

Advertisment

ଯେଉଁ ପୁଅକୁ ଜନ୍ମ ଦେଇ ବଡ଼ କରାଇଥିଲେ, ଆଜି ତା’ର ଜୀବନ ଭିକ୍ଷା ମାଗୁଛନ୍ତି ବାପା-ମାଆ! କାରଣ ଭବିଷ୍ୟତ ଗଢ଼ିବା ପାଇଁ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ଦୁର୍ଘଟଣାରେ ଶିକାର ହୋଇଛି ଘରର ବଢ଼ିଲା ପୁଅ। ଏବେ ସେ ମେଡ଼ିକାଲ୍‌ରେ ବେଡ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ହେଲେ ପାଖରେ ଅର୍ଥ ସମ୍ୱଳ ନଥିବାରୁ ରୋଗୀଣା ପୁଅକୁ ଗାଁକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ବୃଦ୍ଧ ଦମ୍ପତି। ରାଜ୍ୟ ସରକାରଙ୍କୁ ଏପରି ନିବେଦନ କରିଛନ୍ତି କେନ୍ଦୁଝର ଜିଲ୍ଲାର ବୃଦ୍ଧ ଦମ୍ପତି।

Advertisment

ଘଷିପୁରା ବ୍ଲକ୍‌ ବରମାଳ ଗାଁର ଗୋଲକ ଜେନାଙ୍କ ପୁଅ ମିଲୁ ବେଙ୍ଗାଲୁରୁକୁ କାମ କରିବା ପାଇଁ ଯାଇଥିଲେ। ସେ ସେଠାରେ ଡ୍ରାଇଭର ଭାବେ କାମ କରୁଥିଲେ। କିଛିଦିନ ତଳେ ସଡ଼କ ଦୁର୍ଘଟଣା ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବେଙ୍ଗାଲୁରୁରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ହେଲେ ପାଖରେ ଟଙ୍କାଟିଏ ନାହିଁ। ଘରୋଇ ମେଡ଼ିକାଲ୍‌ରେ ପାଣି ପରି ଟଙ୍କା ଖର୍ଚ୍ଚ ହେଉଛି। ଏପରି ସ୍ଥିତିରେ ମିଲୁ କେମିତି ସୁସ୍ଥ ହେବ?

ବଡ଼ ସହରରେ ପୁଅ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ହେଉଛି। ଏକଥା ଶୁଣିବା ପରେ ଗାଁରେ କହୁଥିବା ବାପା ଗୋଲକ ଜେନା ଓ ମାଆ ପ୍ରମିଳା ଛାତିର କୋହ ସମ୍ଭାଳି ପାରୁନାହାନ୍ତି। ପୁଅର ଜୀବନ ବଞ୍ଚାଇବା ପାଇଁ କେତେ କାହା ପାଖରେ ନେହୁରା ହୋଇଥିଲେ। ହେଲେ ଅର୍ଥ ଯୋଗାଡ଼ କରିପାରିଲେ ନାହିଁ। ସବୁଠାରୁ ନିରାଶ ହେବା ପରେ ନିଜ ପୈତୃକ ଜମି ବାଡ଼ି ଓ ଘରେ ଥିବା ଗହଣାଗାଣ୍ଠି ବିକି ବହୁ କଷ୍ଟରେ ୨ରୁ ୩ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ସେ ଟଙ୍କା ମଧ୍ୟ ସରିବାକୁ ବସିଲାଣି। ହେଲେ ପୁଅର ଚେତା ଫେରୁନି। କ’ଣ କରିବେ? କେମିତି ପୁଅ ସୁସ୍ଥ ହେବ? କେମିତି ସେ ଘରକୁ ଫେରିବ? ସେହି ଚିନ୍ତାରେ ବାପା ମାଆ।

Advertisment

ସେପଟେ ମେଡ଼ିକାଲ୍‌ ଖର୍ଚ୍ଚ ଦେଇପାରୁନଥିବାରୁ ମିଲୁଙ୍କୁ ନେଇଯିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି। ଏପରି ସ୍ଥିତିରେ କେମିତି ପୁଅକୁ ଆଣିବେ? ସେଥିପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ବାପା ମାଆ। ରୋଗୀଣା ପୁଅକୁ ଉଦ୍ଧାର କରି ଓଡ଼ିଶାରେ କୌଣସି ସରକାରୀ ମେଡ଼ିକାଲ୍‌ରେ ଚିକିତ୍ସା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ମାଆ ପ୍ରମିଳା ଜେନା ଓ ବାପା ଗୋଲକ ଜେନା।

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe