Advertisment

ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ

ଅନ୍ୟ ଗୋଷ୍ଠିର ଛାତ୍ରଛାତ୍ରୀ ଓ ଅଭିଭାବକ ବିରୋଧ କରିବା ସହ ବିଦ୍ୟାଳୟକୁ ସ୍ୱାଭାବିକ ଭାବେ ଚାଲୁ କରିବା ପାଇଁ ଦାବି କରିଛନ୍ତି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତେଜନା ଲାଗି ରହିଛି।

School

School

Advertisment

ସ୍କୁଲ ଭିତରେ ଶିକ୍ଷକଙ୍କୁ ତାଲା ପକାଇ ମୁଖ୍ୟ ଗେଟ୍ ବାହାରେ ପିଲା ଓ ଅଭିଭାବକଙ୍କ ଆନ୍ଦୋଳନ। ପୁରି ଜିଲ୍ଲା ବ୍ରହ୍ମଗିରି ଆମ୍ବପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାହାରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

Advertisment

ସ୍କୁଲ ନିକଟରେ ଥିବା ଏକ ସରକାରୀ ଜମିକୁ ଦୀର୍ଘ ଦିନ ହେବ ଗୋଟିଏ ଗୋଷ୍ଠୀ ମାଡ଼ି ବସିଥିବା ବେଳେ ଅନ୍ୟ ଏକ ଗୋଷ୍ଠି ସେହି ଜାଗାକୁ ବିଦ୍ୟାଳୟ ଖେଳ ପଡ଼ିଆ ପାଇଁ ଦାବି କରିଛନ୍ତି। ଏହାକୁ ନେଇ ଆଜି ଶତାଧିକ ଛାତ୍ର ଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି।

ଏହାକୁ ଅନ୍ୟ ଗୋଷ୍ଠିର ଛାତ୍ରଛାତ୍ରୀ ଓ ଅଭିଭାବକ ବିରୋଧ କରିବା ସହ ବିଦ୍ୟାଳୟକୁ ସ୍ୱାଭାବିକ ଭାବେ ଚାଲୁ କରିବା ପାଇଁ ଦାବି କରିଛନ୍ତି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତେଜନା ଲାଗି ରହିଛି।

Advertisment
School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe