ମଝି ଆକାଶରେ ହାଇଡ୍ରାମା; ଏମରଜେନ୍ସି ଡୋର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ

ନୂଆଦିଲ୍ଲୀରୁ ବିମାନଟି ଚେନ୍ନାଇ ଅଭିମୁଖେ ଗତ ରାତିରେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର  ମଝି ଆକାଶରେ ହଠାତ୍‌ ମଣିକନ୍ଦନ ଏହାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ।

Flight

Representational Image

Niharika Rout
  • Published: Wednesday, 20 September 2023
  • Updated: 20 September 2023, 09:57 AM IST

Sports

Latest News

ମଝି ଆକାଶରେ ବିମାନରେ ଘଟିଲା ଅଭାବନୀୟ କାଣ୍ଡ । ବିମାନର ଜଣେ ଯାତ୍ରୀ ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିବାରୁ ସମସ୍ତଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ତତ୍‌କ୍ଷଣାତ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଦେଲେ ବିମାନ କର୍ମଚାରୀ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚେନ୍ନାଇରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ଘଟିଛି। ଏପରି କାଣ୍ଡ ଘଟାଇଥିବା ବିମାନ ଯାତ୍ରୀଙ୍କ ନାମ ମଣିକନ୍ଦନ ବୋଲି ଜଣାଯାଇଛି। ତୁରନ୍ ଉକ୍ତ ବ୍ୟକ୍ତିଙ୍କୁ CISF ଜିମା ଦିଆଯାଇଛି।

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏନେଇ CISF (Central Industrial Security Force)ରେ ଅଭିଯୋଗ କରାଯାଇଥିବା ବେଳେ CISF ଉକ୍ତ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେଇଛି।

Also Read

ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ବିମାନଟି ଚେନ୍ନାଇ ଅଭିମୁଖେ ଗତ ରାତିରେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର  ମଝି ଆକାଶରେ ହଠାତ୍‌ ମଣିକନ୍ଦନ ଏହାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଅନ୍ୟ ଯାତ୍ରୀ ଭୟଭୀତ ହୋଇଥିବା ବେଳେ ବିମାନ କର୍ମଚାରୀ ତୁରନ୍ତ ତାଙ୍କୁ କାବୁ କରି ନେଇଥିଲେ। ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ବିମାନ କର୍ମଚାରୀଙ୍କର ଉଚ୍ଚବାଚ ହୋଇଥିଲା।

ଏହାପରେ ବିମାନଟି ଚେନ୍ନାଇ ବିମାନବନ୍ଦରରେ ଲ୍ୟାଣ୍ଡ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇଣ୍ଡିଗୋ କର୍ତ୍ତୃପକ୍ଷ CISFକୁ ହସ୍ତାନ୍ତର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos