Advertisment

ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ।

Train

Train

Advertisment

ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ। ପୂରଣ ହେବ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ। ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡ଼ିବ ଟ୍ରେନ।

Advertisment

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଟ୍ରେନଟି ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ୱର ଯିବା ଆସିବା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରିବାସୀଙ୍କ ସ୍ୱପ୍ନ ଆଜି ସାକାର ହୋଇଛି। ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ଏହି ଟ୍ରେନରେ ସ୍କୁଲ କଲେଜ ପିଲା ବାଲେଶ୍ୱର ପାଠ ପଢ଼ିବାକୁ ଯାଇ ପୁଣି ଘରକୁ ଫେରି ପାରିବେ।

Advertisment
Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe