Advertisment

ଆଜିଠୁ ହରିଦାସପୁର-ପାରାଦ୍ୱୀପ ରେଳ ଲାଇନରେ ଗଡ଼ିବ ପାସେଞ୍ଜର ଟ୍ରେନ୍

ହରିଦାସପୁର- ପାରାଦ୍ୱୀପ ରେଲୱେ ଟ୍ରାକରେ ୨୦୨୦ ସେପ୍ଟେମ୍ବରରେ ପ୍ରଥମ କରି ମାଲବାହୀ ଟ୍ରେନ ଚଳାଚଳ କରିଥିଲା।

ଅଦ୍ୟତନ ହୋଇଛି
Train

Train

Advertisment

ଆଜିଠୁ ବହୁ ପ୍ରତୀକ୍ଷିତ ହରିଦାସପୁର- ପାରାଦ୍ୱୀପରେଲୱେ ଟ୍ରାକରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ପ୍ରାରମ୍ଭିକ ଅବସ୍ଥାରେ ପାରାଦୀପରୁ କେନ୍ଦୁଝର ଯାଏଁ  ମଧ୍ୟ କ ମେମୁ ଟ୍ରେନ୍ ଚଳାଚଳ କରିବ। ଏହା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଗଡ଼ିବ ପ୍ରଥମ ଯାତ୍ରୀବାହୀ ଟ୍ରେନ୍।

Advertisment

ଦିନକ ତଳେ ଏହି ରୁଟରେ ହୋଇଥିଲା ଟ୍ରାଏଲ୍ ରନ୍। ଗତ ରବିବାର ରେଲୱେ ସେଫଟି କମିଶନ୍ ର ଏକ ବିଶେଷଜ୍ଞ ଟିମ଼ କେନ୍ଦ୍ରାପଡ଼ାରେ ପହଞ୍ଚି ରେଳଲାଇନ୍ ଯାଞ୍ଚ୍ କରିବା ସହ ପରୀକ୍ଷାମୂଳକ ଭାବେ ଏକ ପାସେଞ୍ଜର ଟ୍ରେନର ଟ୍ରାଏଲ୍ ରନ୍ କରାଇଥିଲେ।

ହରିଦାସପୁର-ପାରାଦ୍ୱୀପ ରେଲୱେ ଟ୍ରାକରେ ୨୦୨୦ ସେପ୍ଟେମ୍ବରରେ ପ୍ରଥମ କରି ମାଲବାହୀ ଟ୍ରେନ ଚଳାଚଳ କରିଥିଲା। ଆଉ ଆଜି ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଖୁସି ବ୍ୟକ୍ତି କରିଛନ୍ତି ଅଞ୍ଚଳବାସିନ୍ଦା।

Advertisment
Train Paradeep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe