Advertisment

ବାତିଲ ହେଲା ବିମାନ; ଧାରଣାରେ ବସିଲେ ଯାତ୍ରୀ

ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ ବାରମ୍ବାର ବାରମ୍ବାର ବାତିଲ ହେବା ପରେ ତାତିଛନ୍ତି ଯାତ୍ରୀ।

ଅଦ୍ୟତନ ହୋଇଛି
Tenson stuction

Tenson stuction

Advertisment

ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ପରେ ତାତିଛନ୍ତି ଯାତ୍ରୀ। ଅସନ୍ତୋଷ ପ୍ରକାଶ କରିବା ସହ ବିମାନ ବନ୍ଦରରେ ଧାରଣାରେ ବସିଛନ୍ତି ୬୦ରୁ ଅଧିକ ଯାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ।

Advertisment

ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ IX 2932 ଗତକାଲି ସକାଳ ୯ ଟା ୫୫ରେ ଥିବାବେଳେ କୌଣସି କାରଣ ପାଇଁ ବାତିଲ ହୋଇଥିଲା। ଏହି ବିମାନ ଆଜି ସକାଳ ୮ଟା ୪୫କୁ ଧାର୍ଯ୍ୟ କରାଯାଇଥିଲା। ଆଜି ସକାଳେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ହେଲେ ଆଜି ବି ସେହି ବିମାନ ବାତିଲ ହୋଇଯାଇଥିଲା।

ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ଯୋଗୁ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ନପାରିବାରୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାତ୍ରୀମାନେ ବିମାନବନ୍ଦର ୬ ନମ୍ବର ଗେଟ୍‌ରେ ହୋହଲ୍ଲା କରିବା ସହ ଧାରଣାରେ ବସିଛନ୍ତି। ଏହି ଘଟଣା ପରେ ଗାର୍ଡମାନେ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବାପାଇଁ  ବିମାନ ସେବା ଯୋଗାଇ ଦିଆଯାଉ ବୋଲି ଅଡ଼ି ବସିଛନ୍ତି। 

Advertisment

 ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ଉତ୍ତେଜନା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ସେ କହିଛନ୍ତି, ଟେକ୍ନିକାଲ ସମସ୍ୟା ପାଇଁ ବିମାନଟି ହ୍ରାଇଦ୍ରାବାଦରୁ ଆସିନଥିଲା। ଯାହା ଫଳରେ ଯାତ୍ରୀମାନଙ୍କର ଯିବାରେ ବିଳମ୍ବ ହୋଇଥିଲା। ଏବେ ବିମାନଟି ଆସିସାରିଛି। ଟେକ୍ନିକାଲ ସମସ୍ୟା ସମାଧାନ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛି। ଯାତ୍ରୀମାନେ ବିମାନରେ ବସି ସାରିଲେଣି।  କିଛି ସମୟ ପରେ ବିମାନଟି ଛାଡ଼ିବ।

Bhubaneswar Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe