Advertisment

ମାଲକାନଗିରିରେ ଲକ୍ଷ୍ମୀ ବସ୍‌କୁ ଅପେକ୍ଷା କରି ଯାତ୍ରୀ ହଟହଟା

ସ୍ୱାଭିମାନ ଅଂଚଳରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭରୁ ଯଦି ଏଭଳି ସ୍ଥିତି ଦେଖାଯାଏ, ତେବେ ଆଗକୁ କଣ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
malkangiri

Malkangiri

ମାଲକାନଗିରିରେ ଲକ୍ଷ୍ମୀ ବସ୍‌କୁ ଅପେକ୍ଷା କରି ଯାତ୍ରୀ ହୋଇଛନ୍ତି ହଟହଟ୍ଟ। ପ୍ରତିଦିନ ଦିନକୁ ତିନିଥର କୁରୁମାନୁର ପଂଚାୟତକୁ ଆସୁଥିବା ଲକ୍ଷ୍ମୀ ବସ୍‌ ଗତକାଲି କିଛି ଯାତ୍ରୀଙ୍କୁ ନେଇ ଚିତ୍ରକୋଣ୍ଡା ଆସିଥିଲା। ହେଲେ ଏହାପରେ ଆଉ ବସ୍‌ ଆସିଲାନି ଫଳରେ ଯାତ୍ରୀମାନେ ବସ୍‌ ଷ୍ଟପେଜରେ ବସ୍‌କୁ ଅପେକ୍ଷା କରି ହନ୍ତସନ୍ତ ହୋଇଥିଲେ।

Advertisment

ପ୍ରତିଦିନ କୁରୁମାନୁରରୁ ସକାଳ ୬ରୁ ଯାତ୍ରୀ ମାନଙ୍କୁ ନେଇ ଲକ୍ଷ୍ମୀ ବସ୍‌ ଚିତ୍ରକୋଣ୍ଡା ଯାଇଥାଏ। ପୁଣି ଦିନ ୧୧ଟାରେ ଚିତ୍ରକୋଣ୍ଡାରୁ ଯାତ୍ରୀଙ୍କୁ ନେଇ କୁରୁମାନୁର ଫେରିଥାଏ। ପୁଣି ୪ଟାରେ କୁରୁମାନୁରରୁ ଯାତ୍ରୀଙ୍କୁ ନେଇ ଚିତ୍ରକୋଣ୍ଡା ଆସିଥାଏ। ରାତି ପ୍ରାୟ ୭ଟା ସମୟରେ ଚିତ୍ରକୋଣ୍ଡାରୁ କୁରୁମାନୁର ଆସିଥାଏ। ହେଲେ ଗତକାଲି ୧୧ଟା ବେଳେ ଚିତ୍ରକୋଣ୍ଡାକୁ ଲକ୍ଷ୍ମୀ ବସ୍‌ ଆସିନଥିଲା। ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରି ଭୋକ ଉପାସରେ ବସ୍‌ ଷ୍ଟପେଜରେ ପଡ଼ି ରହିଥିଲେ।

ଏନେଇ ଯାତ୍ରୀ ବସ୍‌ ଷ୍ଟପେଜରେ ହୋ ହାଲ୍ଲା କରିବା ସହ ପାଟିତୁଣ୍ଡ କରିଥିଲେ। ପୁଲିସ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରିଥିଲା। ପରେ ସନ୍ଧ୍ୟା ୭ଟା ସମୟରେ ଲକ୍ଷ୍ମୀ ବସ୍‌ ଯାତ୍ରୀମାନଙ୍କୁ ନେବାକୁ ଚିତ୍ରକୋଣ୍ଡା ପହଞ୍ଚିଥିଲା। ଯାତ୍ରୀମାନଙ୍କୁ ନେଇ କୁରୁମାନୁର ଯାଇଥିଲା। କ’ଣ ପାଇଁ ଲକ୍ଷ୍ମୀ ବସ୍‌ ଠିକ୍‌ ସମୟରେ ଆସିଲା ନାହିଁ, ବସ୍‌ ଖରାପ ହୋଇଯାଇଥିଲା ନା, ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ।

Advertisment

ସ୍ୱାଭିମାନ ଅଂଚଳରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭରୁ ଯଦି ଏଭଳି ସ୍ଥିତି ଦେଖାଯାଏ, ତେବେ ଆଗକୁ କଣ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Malkangiri