Advertisment

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ! ଡାକ୍ତରଙ୍କୁ ନିର୍ଧୁମ୍‌ ପିଟିଲେ ପରିବାର ଲୋକେ

ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଡାକ୍ତର ପାତ୍ର ଆହତ ହୋଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Balasore

Balasore

ରୋଗୀ ମୃତ୍ୟୁରୁ ମେଡ଼ିକାଲ୍‌ରେ ତୁମୁଳ କାଣ୍ଡ ହୋଇଛି। ଡାକ୍ତରଙ୍କୁ ନିର୍ଧୁମ୍‌ ପିଟିଲେ ପରିବାର ଲୋକେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ। ପୁଲିସ୍‌ ମେଡ଼ିକାଲ୍‌ରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡାକ୍ତରଙ୍କୁ ଉଦ୍ଧାର କରିଛି।  

Advertisment

ଘରୋଇ କଳହରୁ ଜଳେଶ୍ଵର ଥାନା ଅନ୍ତର୍ଗତ ଚକହରି ଗାଁର ଉମେଶ ଓଝା ଆଜି ବିଷ ପିଇ ଦେଇଥିଲେ। ଯେଉଁଥିପାଇଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳେ କାର୍ଯ୍ୟରତ ଡାକ୍ତର ଦୀଲ୍ଲିପ ପାତ୍ର ରୋଗୀ ଦେଖିବାରେ ଅବହେଳା କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ରମେଶଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଡାକ୍ତର ପାତ୍ର ଆହତ ହୋଇଥିଲେ। ଖବର ପାଇ ଜଳେଶ୍ୱର ଥାନା ପୁଲିସ ମେଡ଼ିକାଲ୍‌ରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅନ୍ୟପକ୍ଷରେ ଆହତ ହୋଇଥିବା ଡାକ୍ତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ।

Advertisment

ମାଡ଼ ନେଇ ଡାକ୍ତର ପାତ୍ରଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। 

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Death