ମୁଖ୍ୟ ସଚିବଙ୍କ ତାଗିଦ୍ ପରେ ନିଦ ଭାଙ୍ଗିଲା: ସେପ୍ଟେମ୍ବର ସୁଦ୍ଧା ସବୁ ପୁରୁଣା ପେନସନ୍ ମାମଲାର ଫଇସଲା

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଗତ ୧୩ତାରିଖରେ ଉକ୍ତ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସମସ୍ତ ପ୍ରତିଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖି ସବୁ ବକେୟା ପେନସନ୍ ମାମଲାର ଫଇସଲା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି ।

Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Tuesday, 18 July 2023
  • Updated: 18 July 2023, 10:41 PM IST

Sports

Latest News

ରାଜ୍ୟ ସରକାରୀ କର୍ମଚାରୀ ଚାକିରିରୁ ଅବସର ଦିନ ହିଁ ପେନସନ ପାଇବାର ପ୍ରାବଧାନ ଥିବା ସତ୍ତ୍ୱେ ହଜାର ହଜାର କର୍ମଚାରୀ ନିଜର ପେନସନ୍ ପାଇ ଦୀର୍ଘଦିନ ଅପେକ୍ଷା କରିବାକୁ ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା  କଡ଼ା ତାଗିଦ୍ କରିବା ପରେ ଏବେ ବିଭାଗଗୁଡ଼ିକର ଚେତା ପଶିଛି । ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ପେନସନ୍ ସେଲ୍ ଖୋଲି ନିର୍ଦ୍ଧାରିତ ଅବଧିରେ ପେନସନ୍ ପ୍ରଦାନ ସହ ଏହାର ମାସିକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଛି । ୨୦୧୫ ମସିହା ପୂର୍ବରୁ ବାକି ଥିବା ସମସ୍ତ ପେନସନ୍ ମାମଲାର ଫଇସଲା ଜୁଲାଇମାସ ଶେଷ ସୁଦ୍ଧା କରିବା ଏବଂ ୨୦୧୬ରୁ ୨୦୨୦ ମସିହା ମଧ୍ୟରେ ବାକି ଥିବା ପେନସନ୍ ମାମଲାର ଫଇସଲା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କରିବାକୁ ବୋର୍ଡ ଅଫ ରେଭନ୍ୟୁ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଗତ ୧୩ତାରିଖରେ ଉକ୍ତ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସମସ୍ତ ପ୍ରତିଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖି ସବୁ ବକେୟା ପେନସନ୍ ମାମଲାର ଫଇସଲା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି । ଚାକିରି ନିୟମିତ ହୋଇନଥିବା ଓ ମୁଖ୍ୟ କାର୍ଯ୍ୟାଳୟରେ ପେନସନ୍ ପେପର ଦାଖଲ ହୋଇନଥିବା ଯୋଗୁ ବହୁ ସଂଖ୍ୟାରେ ପେନସନ୍ ମାମଲା ପଡ଼ି ରହିଛି ବୋଲି ବିଭାଗର ଦୃଷ୍ଟିକୁ ଆସିଛି । ସେ ସାଧାରଣ ପ୍ରଶାସନ ବିଭାଗର ୧୯୯୯ ଡିସେମ୍ବର ୩୦ତାରିଖର ଗାଇଡଲାଇନ ସମ୍ପର୍କରେ ସଚେତନ କରାଇ ପେନସନ ପ୍ରଦାନରେ ବିଳମ୍ବ ହେଲେ ବାର୍ଷିକ ୧୮ ପ୍ରତିଶତ ସୁଧ ହାରରେ ପେନସନଭୋଗୀଙ୍କୁ ପେନସନ୍ ପ୍ରଦାନ କରାଯିବ ଓ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କଠୁ ସେହି ସୁଧ ଅର୍ଥ ଆଦାୟ କରାଯିବ ବୋଲି ପ୍ରାବଧାନ ରହିଛି । ତେଣୁ ବିଭାଗ ଅଧୀନରେ ବକେୟା ଥିବା ସମସ୍ତ ପେନସନ୍ ମାମଲାକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଫଇସଲା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେ ବକେୟା ଥିବା ପେନସନ୍ ମାମଲାର ଫଇସଲା ପାଇଁ ସମୟସୀମା ଧାର୍ଯ୍ୟ କରି କହିଛନ୍ତି ଯେ, ୨୦୧୫ ମସିହା ପୂର୍ବରୁ ଅବସର ନେଇଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପେନସନ୍ ମାମଲା ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା, ୨୦୧୬ରୁ ୨୦୨୦ ମସିହା ମଧ୍ୟରେ ଅବସର ନେଇଥିବା ସରକାରୀ କର୍ମଚାରୀଙ୍କ ପେନସନ୍ ସେପ୍ଟେମ୍ବର ଶେଷ ସୁଦ୍ଧା, ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ଅବସର ନେଇଥିବା ସରକାରୀ କର୍ମଚାରୀଙ୍କ ପେନସନ୍ ମାମଲା ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଫଇସଲା କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ଏହାସହିତ ବାକି ଥିବା ସମସ୍ତ ପ୍ରୋଭିଜିନାଲ ପେନସନ୍ ମାମଲାକୁ ୧୫ଦିନ ମଧ୍ୟରେ ମଞ୍ଜୁରୀ କରିବା ସହ ଏଣିକି ଅବସର ଦିନ ହିଁ ସମ୍ପୃକ୍ତ କର୍ମଚାରୀଙ୍କୁ ପ୍ରୋଭିଜିନାଲ ପେନସନ୍ ପ୍ରଦାନ କରିବାକୁ ସେ କହିଛନ୍ତି ।

Also Read

ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଏଭଳି ନିର୍ଦ୍ଦେଶ ପରେ ଜିଲ୍ଲାସ୍ତରରେ ପଡ଼ିରହିଥିବା ବହୁ ପେନସନ୍ ମାମଲାର ଫଇସଲା ସହଜ ହୋଇପାରିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ମୁଖ୍ୟ ସଚିବ ଶ୍ରୀ ଜେନା ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ସାଧାରଣ ପ୍ରଶାସନ ବିଭାଗର ଗାଇଡଲାଇନରେ ଥିବା ପ୍ରାବଧାନ ସମ୍ପର୍କରେ ତାଗିଦ୍ କରାଇଥିଲେ । ଅବସରପ୍ରାପ୍ତ କର୍ମଚାରୀ ପେନସନ୍ ପାଇବାରେ ବିଳମ୍ବ ହେଲେ ସମ୍ପୃକ୍ତ ପେନସନଧାରୀଙ୍କୁ ବାର୍ଷିକ ୧୮% ସୁଧ ହାରରେ ପେନସନ୍ ପ୍ରଦାନ ଏବଂ ବିଳମ୍ବ ପାଇଁ ଦୋଷୀ କର୍ମଚାରୀଙ୍କଠୁ ଏହି ଅର୍ଥ ଆଦାୟ କରିବାକୁ ରହିଥିବା ପ୍ରାବଧାନ ଏବଂ ପେନସନ୍ ସଂକ୍ରାନ୍ତ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ପରାମର୍ଶ ଦେଇଥିଲେ । ଚଳିତ ଜୁଲାଇ ମାସଠୁ ପ୍ରତିମାସର ପ୍ରଥମ ସପ୍ତାହ ସୁଦ୍ଧା  ଇ-ମେଲ୍ ମାଧ୍ୟମରେ ଏକ ନିର୍ଦ୍ଧାରିତ ଫର୍ମାଟରେ କେତେ ପରିମାଣର ପେନସନ୍ ମାମଲା ପଡ଼ିରହିଛି ଓ କେତେ ସଂଖ୍ୟକ ସମାଧାନ ହୋଇଛି ଏବଂ କେତେ କର୍ମଚାରୀ ଅବସର ନେଲେ ଓ କେତେଜଣଙ୍କୁ ପେନସନ୍ ମିଳିଲା ଆଦି ସମ୍ପର୍କରେ ନିୟମିତ ତଥ୍ୟ ତାଙ୍କ ପାଖକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story