Advertisment

ସହରରେ ପଶିଲା ହାତୀ, ନାକେଦମ୍ ବନ ବିଭାଗ

ଗତକାଲି ରାତିରେ ପାଚେରି ଭାଙ୍ଗି ଏମକେସି ହାଇସ୍କୁଲ ପରିସରକୁ ଦନ୍ତା ହାତୀଟି ପଶି ଆସିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant

Elephant

ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। । ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ କରୁଛି ନାକେଦମ୍। ବନ ବିଭାଗ ହାତୀଟି ଟ୍ରାଙ୍କୁଲାଇଜ କରିବା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ଘଟଣା ଘଟିଛି ବାରିପଦା ସହରର ଏମକେସି ହାଇସ୍କୁଲ ପରିସରରେ।

Advertisment

ଗତକାଲି ରାତିରେ ପାଚେରି ଭାଙ୍ଗି ଏମକେସି ହାଇସ୍କୁଲ ପରିସରକୁ ଦନ୍ତା ହାତୀଟି ପଶି ଆସିଥିଲା। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲା। ବନ ବିଭାଗର ଟିମ୍ ସ୍କୁଲରେ ପହଞ୍ଚି ହାତୀଟିକୁ ଘଉଡାଇବା ପାଇଁ ପହଞ୍ଚିଥିଲେ। ହେଲେ ହାତୀଟି ଏଗଳିରୁ ସେ ଗଳି ବୁଲି ବନ ବିଭାଗକୁ ନାକେଦମ୍ କରିଥିଲା। ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ହାତୀଟିକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଥିଲେ। ପରେ ହାତୀଟି ସ୍କୁଲ ପରିସରରୁ ବାହାରି ଆସି ରାସ୍ତାରେ ଦୌଡ଼ିବାରେ ଲାଗିଛି। ଦନ୍ତାକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷରେ କୌଣସି ଅଘଟଣ ନ ଘଟିବା ପାଇଁ ଲୋକମାନଙ୍କୁ ଘରେ ରହିବା ପାଇଁ ମାଇକ ଦ୍ୱାରା ପୁଲିସ ସଚେତନ କରୁଛି।

କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟରୁ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ବାହାରକୁ ଚାଲି ଆସିଥଲା।ସେଥିରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ସହର ଭିତରକୁ ପଶି ଆସିଛି । ବିଳମ୍ବିତ ରାତିରେ ଏହି ହାତୀଟି ଏମକେସି ହାଇସ୍କୁଲର ପାଚେରି ଭାଙ୍ଗି ପଶିଯାଇଥିଲା।

Advertisment
Mayurbhanj