Advertisment

୩୨୬ ନମ୍ବର ପାଲଟିଛି ମରଣଯନ୍ତା

ଗ୍ରାମବାସୀ ମାନେ ମିଳିତ ଭାବେ ରାସ୍ତାରେ ମାଟି ପକାଇ ମରାମତି କରିଥିଲେ

author-image
Biswajit Samal
Road

Road

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ମୁଖ୍ୟ ରାସ୍ତାରେ ଏବେ ଫୁଟେ ଉଚ୍ଚର ପାଣି ଜମା ହୋଇଛି। ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଅଡ଼ବା ବଜାର ନିକଟରେ। ବ୍ରହ୍ମପୁର ଠାରୁ ରାୟଗଡ଼ାକୁ ସଂଲଗ୍ନ କରୁଥିବା ଏହି ୩୨୬ ନଂ ଜାତୀୟ ରାଜପଥ ଉପରେ ଦୈନିକ ଶହ ଶହ ଯାନବାହନ ଯାତାୟାତ କରୁଥିବା ବେଳେ ଏବେ ଏହା ଜନସାଧାରଣଙ୍କ ପାଇଁ ମରଣଜନ୍ତା ପାଲଟିଛି। ରସ୍ତା ରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ପାଣି ଜମା ହୋଇଛି। ଫଳରେ ଏଠି ଯାନବାହନ ଦୁର୍ଘଟଣା ଘଟିଛି।

Advertisment

ସମସ୍ୟା ନେଇ ଗ୍ରାମବାସୀ ମାନେ ଜିଲ୍ଲା ପରିଷଦଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଓ ବିଧାୟକଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏଁ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇକି ରାସ୍ତା ମରାମତି କରାଯାଇ ନାହିଁ। ବାଧ୍ୟହୋଇ ଗ୍ରାମବାସୀ ମାନେ ମିଳିତ ଭାବେ ରାସ୍ତାରେ ମାଟି ପକାଇ ମରାମତି କରିଥିଲେl ହେଲେ ପୁଣି ଥରେ ଯେଉଁ ଅବସ୍ଥାକୁ ସେହି ଅବସ୍ଥା ହୋଇଯାଇଛି। ଏନେଇ ତୁରନ୍ତ ଏହି ରାସ୍ତାକୁ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ପାରଳାଖେମୁଣ୍ଡି ଜାତୀୟରଜପଥ ବିଭାଗ ଯନ୍ତ୍ରୀଙ୍କୁ କହିଛନ୍ତି, ସମସ୍ୟା ସମ୍ପର୍କରେ ଲୋକଙ୍କ ଠାରୁ ସେ ଅଭିଯୋଗ ପାଇଛନ୍ତି। ନିର୍ବାଚନ ଶେଷ ହେବା ପରେ ରାସ୍ତା ମରାମତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

Advertisment
Dangerous Road