Advertisment

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖ ପାଲଟିଲା ଜନ ସମୁଦ୍ର

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ଉଷ୍ମତା ସେତିକି ବଢ଼ି ଚାଲିଛି। “ରାସ୍ତା ନାହିଁ ତୋ ଭୋଟ ନାହିଁ”। ଏଭଳି ନାରା ଦେଇ ସହରରେ ହୋଡିଂ ଲାଗିଥିଲା। ଏହି ଘଟଣା ଏବେ ଭଦ୍ରକ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି।

Bhadrak

Bhadrak

Advertisment

ରାସ୍ତାରେ ହଜାର ହଜାର ଲୋକ। ହାତରେ ଧରିଛନ୍ତି ତ୍ରିରଙ୍ଗା। ପଦଯାତ୍ରାରେ ଚାଲୁଛନ୍ତି। ଆଉ ଭାରତ ମାତା କି ଜୟ ନାରା ଦେଉଛନ୍ତି। ଦେଖୁ ଦେଖୁ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖ ଜଳ ସମୁଦ୍ରରେ ପରିଣତ ହେଲା। ରାସ୍ତା ନିର୍ମାଣ ଦାବିରେ ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଜନତା ଆଜି ରାସ୍ତାକୁ ଓହ୍ଲାଇଥିଲା। ଆଉ ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଥିଲା।

Advertisment

ଭଦ୍ରକ ମୋଚୀ ଛକରୁ ମାଆ ଭଦ୍ରକାଳୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ୧୫ଟି ୱାର୍ଡ ଓ ୬ଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଛନ୍ତି। ହେଲେ ଦୁର୍ଭାଗ୍ୟ ଏହି ରାସ୍ତା ଅବସ୍ଥା ନକହିବା ଭଲ। ବାରମ୍ୱାର ଦାବି ପରେ ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣ ପାଇଁ ରାଜି ହୋଇଥିଲା। ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ଵୈଠକ ବସିଥିଲା। ବୈଠକରେ ସହମତି ପ୍ରକାଶ ପାଇଥିଲା। ଏହା ପରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ସେପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ଉଷ୍ମତା ସେତିକି ବଢ଼ି ଚାଲିଛି। “ରାସ୍ତା ନାହିଁ ତୋ ଭୋଟ ନାହିଁ”। ଏଭଳି ନାରା ଦେଇ ସହରରେ ହୋଡିଂ ଲାଗିଥିଲା। ଏହି ଘଟଣା ଏବେ ଭଦ୍ରକ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି। ବାରମ୍ବାର ପ୍ରତିଶ୍ରୁତି ମିଳିବା ପରେ ମଧ୍ୟ କାର୍ଯ୍ୟ ନହେବାରୁ ଆଜି ୩ ହଜାରରୁ ଅଧିକ ଲୋକ ବିଶାଳ ଶୋଭାଯାତ୍ରାରେ ପୁରୁଣାବଜାରରୁ ବାହାରି ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥିରେ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବଙ୍କ ସହ କଂଗ୍ରେସ ମଧ୍ୟ ସାମିଲ ହୋଇଥିଲା।

Advertisment

ପୌରାଧ୍ୟକ୍ଷା ଗୁଲମାକ୍କୀ ହବିବ କହିଛନ୍ତି, ମୋଚୀଛକରୁ ମାଆ ଭଦ୍ରକକାଳୀ ପର୍ଯ୍ୟନ୍ତ ରାସ୍ତାର ଚଉଡ଼ା ୩୦ ଫୁଟ୍‌ କରିବା ପାଇଁ କହିଥିଲୁ। ଯେଉଁଠି ପ୍ରାଇଭେଟ୍‌ ଜମି ରହିଛି, ସେହି ଜମିକୁ କିଣି ୩୦ ମିଟର ରାସ୍ତା କରାଯାଉ। ହେଲେ ଆଜି ପର୍ଯ୍ୟନ୍ତ ଉଚ୍ଛେଦ ହୋଇପାରିଲା ନାହିଁ। ସେହି ଦାବି ନେଇ ଆଜି ସମସ୍ତେ ଜିଲ୍ଲାପାଳଙ୍କ ଅଭିସ୍‌ ଘେରାଉ କରାଯାଉଛି ବୋଲି ଗୁଲମାକ୍କୀ କହିଛନ୍ତି।

ରିପୋର୍ଟ-ଭଦ୍ରକରୁ ପ୍ରାର୍ଥ ସାରଥୀ ନାୟକ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe