Protest
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଘେରିଲେ ଶତାଧିକ ଡଙ୍ଗରିଆ। ନିୟମଗିରି ଡଙ୍ଗରିଆ ଅଞ୍ଚଳର ଶତାଧିକ ଲୋକ କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି। ମାଓବାଦୀ ସନ୍ଦେହରେ ୨ ଡଙ୍ଗରିଆଙ୍କୁ ପୁଲିସ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କରାଯାଇଛି।
ନିୟମଗିରି ପାହାଡ଼ ଅଞ୍ଚଳ ପାରସାଳୀ ପଞ୍ଚାୟତ ପଟାଙ୍ଗପଦର ଗାଁର କୃଷ୍ଣ ଶିକକା ଓ ବାରି ଶିକକାଙ୍କୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଉଠାଇ ନେଇଥିଲା ପୁଲିସ। ଉଭୟଙ୍କୁ ତୁରନ୍ତ ଛାଡିବା ଦାବିରେ ନିୟମଗିରି ସୁରକ୍ଷା ମଞ୍ଚ ସଭାପତିଙ୍କ ନେତୃତ୍ବରେ ଶତାଧିକ ଡଙ୍ଗରିଆ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଥାନା ଫାଟକ ଆଗରେ ନାରାବାଜି କରି ଘେରାଉ କରିଛନ୍ତି। ଉତ୍ତେଜନା ଆଶଙ୍କାରେ ଘଟଣାସ୍ଥଳରେ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Protest_1691311249.jpg)