Advertisment

ଥାଇଲାଣ୍ଡରେ ଫସିଛନ୍ତି ୭ ଓଡ଼ିଆ ଶ୍ରମିକ; ଫେରିବାକୁ କରୁଛନ୍ତି ଗୁହାରୀ

ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି।

Labour

Labour

Advertisment

ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ। ଫେରିବାକୁ ଛଟପଟ ହେଉଥିବା ବେଳେ ପାଉ ନାହାନ୍ତି ବାଟ। ନା ପାଖରେ ଟଙ୍କା ଅଛି ନା ଅଛି ଭିସା। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି। ଏହି ଶ୍ରମିକମାନେ ରାଜକନିକା ଓ ରାଜନଗର ଅଞ୍ଚଳର ହୋଇଥିବା ଜଣାଯାଇଛି।

Advertisment

ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ଗତ ୬ ମାସ ତଳେ ଏକ ପ୍ଲାଏବୋର୍ଡ କମ୍ପାନୀରେ କାମ କରିବାକୁ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ଯାଇଥିଲେ। ହେଲେ ସେଠାରେ କାମ କରିବା ପରେ ସେମାନଙ୍କୁ ସଠିକ୍  ପାରିଶ୍ରମିକ ମିଳିଲାନାହିଁ। ଏପରିକି କମ୍ପାନୀ କର୍ତ୍ତୃପକ୍ଷ ନାନା ହଇରାଣ ହରକତ କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ବଡ଼ କଥା ହେଉଛି, ଇତିମଧ୍ୟରେ ସଂପୃକ୍ତ ଓଡ଼ିଆ ଶ୍ରମିକଙ୍କ ଭିସା ଅବଧି ବି ସରିଯାଇଛି। ଭିସା ଅବଧି ବଢାଇବାକୁ ନା କମ୍ପାନୀ କର୍ତ୍ତୃପକ୍ଷ ରାଜି ହେଉଛନ୍ତି ନା ପାରିଶ୍ରମିକ ଦେଉଛନ୍ତି। ଫଳରେ ପୁଲିସ୍ ଭୟରେ ଥାଇଲାଣ୍ଡରେ ଏଣେ ତେଣେ ଲୁଚି ରହୁଥିବା କହିଛନ୍ତି ସମସ୍ତ ଶ୍ରମିକ। ସୋଶାଲ ମିଡିଆରେ ଭିଡ଼ିଓ ଜାରି କରି ରାଜ୍ୟ ସରକାର ଓ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ।

Advertisment

ଥାଇଲାଣ୍ଡରେ ଫସିଥିବା ଜଣେ ଓଡ଼ିଆ ଶ୍ରମିକ କହିଛନ୍ତି, ଠିକ୍‌ ଭାବରେ ପାରିଶ୍ରମିକ ମିଳୁ ନାହିଁ। ଖାଇବାକୁ ମଧ୍ୟ ଠିକ୍‌ରେ ଦିଆଯାଉନାହିଁ। ଆମ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରୁଛୁ ଆମକୁ ଏଠାରୁ ଉଦ୍ଧାର କରନ୍ତୁ।

Bjp Cmo Of Odisha Baijayanta Panda Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe