Advertisment

ଫେଲମାରିଲା ବସୁଧା ଯୋଜନା! ଚୁଆ ପାଲଟିଛି ସାହାରା

ଗାଁର ମୁଖ୍ୟ ରାସ୍ତାରେ ପାଣି ଟାଙ୍କି କରାଯାଇ ଟ୍ୟାପ୍ ବ୍ୟବସ୍ଥା କରାଯାଇଛି। ହେଲେ ସେ ପ୍ରକଳ୍ପ ଏବେ ଅଲୋଡ଼ା ହୋଇ ପଡ଼ିଛି। ପାଣି ଟାଙ୍କିର ମୂଳରେ ଜଙ୍ଗଳ ହୋଇ ଗଲାଣି।

ଅଦ୍ୟତନ ହୋଇଛି
Sundargarh

Sundargarh

Advertisment

ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବାକୁ ସରକାରଙ୍କର ଅନେକ ଯୋଜନା ଥାଇ ବି ନଥିଲା ଭଳି। କେଉଁଠି ବସୁଧା ଯୋଜନାରେ ବସିଥିବା ପାଣି ଟାଙ୍କି ନିର୍ମାଣ ସରିଛି ହେଲେ ପାଣି ନାହିଁ ଆଉ କେଉଁଠି ପାଣି ପାଇଁ ଚୁଆ ଉପରେ ଲୋକଙ୍କୁ ଭରସା କରିବାପୁ ପଡ଼ୁଛି।

Advertisment

ପାଣି ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ହେଲେ ଏଥିପ୍ରତି ନା ବିଭାଗ ନା ପ୍ରଶାସନ, କାହାରି ନଜର ପଡ଼ୁନାହିଁ। ଏ ଭଳି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡ଼ାମୁଣ୍ଡା ଗ୍ରାମ ପଞ୍ଚାୟତର କୁକୁଡ଼ାମୁଣ୍ଡା ଗ୍ରାମ ଓ ବୁଚୁକପଡ଼ାରେ। ଏଠି ପାଣି ପାଇଁ ଲୋକମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।

ଘରେ ଘରେ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ସରକାର ବିରାଟ ପ୍ରକଳ୍ପ କରିଛନ୍ତି। ହେଲେ ପାଣିର ନାଁ କି ଗନ୍ଧ ନାହିଁ। ରାଜ୍ୟସରକାର ରାଜଗାଙ୍ଗପୁର ବ୍ଲକ କୁ ୧୪୨ କୋଟି ଅନୁଦାନ ଦେଛନ୍ତି। ଗାଁର ମୁଖ୍ୟ ରାସ୍ତାରେ ପାଣି ଟାଙ୍କି କରାଯାଇ ଟ୍ୟାପ୍ ବ୍ୟବସ୍ଥା କରାଯାଇଛି। ହେଲେ ସେ ପ୍ରକଳ୍ପ ଏବେ ଅଲୋଡ଼ା ହୋଇ ପଡ଼ିଛି। ପାଣି ଟାଙ୍କିର ମୂଳରେ ଜଙ୍ଗଲ ହୋଇ ଗଲାଣି। ହେଲେ ଆଜିକୁ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପଯ୍ୟନ୍ତ ଦୁଇଟି ଗାଁର ଲୋକମାନେ ପାଣି ପାଇ ପାରିଲେ ନାହିଁ।

Advertisment

ଏବେ ଗାଁରେ ଥିବା ନଳକୂପ ହିଁ ଲୋକଙ୍କ ପାଇଁ ସାହାରା ପାଲଟିଥିଲା। ହେଲେ ସେ ନଳକୂପବି ଅଚଳ ହୋଇ ପଡ଼ିଛି। ତେଣୁ ଗାଁ ଠାରୁ ଦଇ କିଲୋମିଟର ଦୂରରେ ଥିବା ଏକ ଚୁଆରୁ ପିଇବା ପାଣି ଛାଣିକି ଆଣିଥାନ୍ତି ଲୋକେ। ପାଣି ଟିକିଏ ପାଇଁ ଏଠାରେ ନିତି କସରତ ଚାଲିଛି। ପାଣି ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅସୁବିଧା ସମ୍ପର୍କରେ ବାରମ୍ବାର ଜଣା ଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି ବୋଲି ଗ୍ରାମ ବସିମାନେ ଅଭିଯୋଗ କରିଛନ୍ତି।

ପାନୀୟ ଜଳ ସମସ୍ୟା ନେଇ RWSS ଯନ୍ତ୍ରୀ ବିଜୟ କେରକଟ୍ଟା କହିବା ଅନୁସାରେ ମେଘା ପ୍ରକଳ୍ପର କାମ ସରିନାହିଁ ବର୍ତ୍ତମାନ ପଯ୍ୟନ୍ତ କାମ ଚାଲିଛି ତେବେ ମାର୍ଚ୍ଚ ମାସ ଭିତରେ ପାଣି ମିଳିଯିବ। ତେବେ ଏସମ୍ପର୍କରେ ଅକ୍ଷୟ କୁମାର ବାଗ ବିଡ଼ିଓ କହିଛନ୍ତି ମୁଁ ଏବେ ନୂଆ ଆସିଛି ତେବେ କ’ଣ ହେଇଛି ତଦନ୍ତ ପରେ କହିବ।

ରିପୋର୍ଟ - ରାଜଗାଙ୍ଗପୁରରୁ, ବିଶ୍ଵକେତନ ରାୟ

Water Problem Sundergarh Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe