Advertisment

ଘରେ ଶୋଇଥିଲେ, ରାତିରେ ଭାଙ୍ଗିଦେଲା ହାତୀ

ଗତକାଲି ରାତିରେ ଧରଣୀ ଧର ପାଲି ସେକ୍ସନ ରୁ ଗୋଟିଏ ହାତୀ ବଣାଇ ସହରର ଦେଓଗାଁ ରେ ପଶିଥିଲା। ଗାଁରେ ସମସ୍ତ ଲୋକ ରାତିରେ ଘରେ ଶୋଇଥିଲେ। ସେଇ ସମୟରେ ହତୀଟି ଗାଁର କିଛି ଲୋକଙ୍କ ଘର ଭାଙ୍ଗି ସବୁ ନଷ୍ଟ କରିଥିଲା।

Elephant

Elephant

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବଣାଇ ସହର ରେ ଦନ୍ତା ହାତୀ ଉତ୍ପାତ ରେ ଅତିଷ୍ଟ ହେଲେଣି ଅଞ୍ଚଳ ବାସି। ଗତକାଲି ରାତିରେ ଧରଣୀ ଧର ପାଲି ସେକ୍ସନ ରୁ ଗୋଟିଏ ହାତୀ ବଣାଇ ସହରର ଦେଓଗାଁ ରେ ପଶିଥିଲା। ଗାଁରେ ସମସ୍ତ ଲୋକ ରାତିରେ ଘରେ ଶୋଇଥିଲେ। ସେଇ ସମୟରେ ହତୀଟି ଗାଁର କିଛି ଲୋକଙ୍କ ଘର ଭାଙ୍ଗି ଜିନିଷପତ୍ର ସବୁ ନଷ୍ଟ କରିଥିଲା।

Advertisment

ହାତୀଟି ଘର ଭାଙ୍ଗୁଥିବା ବେଳେ ଲୋକମାନେ ଉଠି ପଡ଼ିଥିଲେ। ଆଉ ଲୋକ ମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ସେଥି ପାଇଁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ଗାଁର କିଛି ଲୋକ। ହାତୀଟିକୁ ଗାଁ ଲୋକ ଗୋଡ଼ାଇବାରୁ ଜଙ୍ଗଲକୁ ପଳାଇ ଯାଇଥିଲା। ଦୁଇ ଦିନ ତଳେ ବାବୁ ନୂଆଗାଁ, କେନାଭେଟା, ଛତିଆ ଢିପା ପ୍ରଭୁତି ଅଞ୍ଚଳରେ ଘର ଭାଙ୍ଗି ଥିଲା ହାତୀ। ଏବେ ହାତୀ ଟି ବ୍ରାହ୍ମଣୀ ନର୍ସରୀ ନିକଟ ଜଙ୍ଗଲ ରେ ଅଛି। ବନ ବିଭାଗ ହାତୀ ଉପରେ ନଜର ରଖିଛି।

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe