ଖୁବ ଶୀଘ୍ର ରାଜ୍ୟରେ ଲାଗୁ ହୋଇପାରେ ପେଶା ଆଇନ। ସୁପ୍ରିମକୋର୍ଟଙ୍କ ରାୟର ୨୭ ବର୍ଷ ପରେ ରାଜ୍ୟରେ ପେଶା ଆଇନ୍ ଲାଗୁ କରିବାକୁ ଯୋଜନା କରୁଛନ୍ତି ମୋହନ ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ।
Also Read
ମନ୍ତ୍ରୀ ରବି ନାଏକ କହିଛନ୍ତି, ଆଦିବାସୀଙ୍କ ଅଧିକାର ପାଇଁ ପେଶା ଆଇନ ଆବଶ୍ୟକ। ସବୁ ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟରରେ ଭାଗ କରାଯିବ। ଯେଉଁଠି ବ୍ୟକ୍ତି ଓ ପରିବାରସ୍ତରୀୟ ଅଧିକାର ସୁରକ୍ଷା ପାଇଁ ଯୋଜନା ହେବ। ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି। ଏହା ଗୁରୁତର ବିଷୟ। ତେଣୁ ସଚେତନ ହେବା ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଲ୍ ଆସିବା ନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ହାଇକୋର୍ଟରେ ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ, ୧୧ରେ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଜି ରାଜ୍ୟ ମହିଳା ଆୟୋଗର ୩ଜଣ ବରଖାସ୍ତ ସଦସ୍ୟ ସ୍ୱର୍ଣ୍ଣଲତା ସାମଲ, ବବିତା ସ୍ୱାଇଁ ଓ ବିଜୟ ବରୁୱାଙ୍କ ଦ୍ୱାରା ଦାଏର ପୃଥକ ପୃଥକ ଆବେଦନର ଏକାଠି ଶୁଣାଣି କରିଥିଲେ ।
Miscellaneous
ନେଲେ ଶିଳ୍ପ ପାଇଁ, କଲେ ଆପାର୍ଟମେଣ୍ଟ
୫ ଏକର ଶିଳ୍ପ ଜମିକୁ ଘରବାରି କିସମରେ ପରିବର୍ତ୍ତନ କରିଦେବା ଘଟଣା। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ମାମଲା ରୁଜୁ କରୁନାହାନ୍ତି ଜିଲ୍ଲାପାଳ।
Miscellaneous
‘ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ’
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ମହାସମାରୋହ ପାଳିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Miscellaneous
୧୦ ଟଙ୍କାରେ ପାଇଲସ୍ ଭଲ ହୋଇଯିବ!
ବଡ଼ମ୍ବାରୁ ଆସିଥିବା ସତିଆ ମଉସା କଟକ ବାଲିଯାତ୍ରାରେ ବିକ୍ରି କରୁଛନ୍ତି ଏହି କାଠି।
Miscellaneous
ଆସନ୍ତାକାଲି ଭାଙ୍ଗାଯିବନି ବୈକୁଣ୍ଠଧାମ ଆଶ୍ରମ
ବୈକୁଣ୍ଠଧାମ ଆଶ୍ରମରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ସେଥିପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲେ।