Advertisment

ଜଗା ପାଖରେ ଫଟୋ ଉଠାଇଲେ, ରିଲ୍‌ସ କଲେ; ୫ସୂତ୍ରୀ କଡ଼ା ନିୟମାବଳୀ ପାଳନରେ ଫେଲ ସରକାର

କିଏ ଜଗା ପାଖରେ ବସି ନାନା ଭଙ୍ଗିରେ ଫଟୋ ଉଠେଇଛି ତ, ପୁଣି କିଏ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁଛି। ଆଉ କିଏ ଶ୍ରୀବିଗ୍ରହଙ୍କ ଆଗରେ ବିନଦାସ୍ ପୋଜ୍ ଦେଇଛି।

ଅଦ୍ୟତନ ହୋଇଛି
Non Sebayat

Non Sebayat

Advertisment

କିଏ ଜଗା ପାଖରେ ବସି ନାନା ଭଙ୍ଗିରେ ଫଟୋ ଉଠେଇଛି ତ, ପୁଣି କିଏ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁଛି। ଆଉ କିଏ ଶ୍ରୀବିଗ୍ରହଙ୍କ ଆଗରେ ବିନଦାସ୍ ପୋଜ୍ ଦେଇଛି। ଏଥର ଘୋଷଯାତ୍ରା ବେଳେ ତିନି ରଥରେ ଚଢ଼ିଥିଲେ ପୁଳା ପୁଳା ଅଣସେବାୟତ। ଏମିତିକି ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ କରି ଏମାନେ ରଥ ଉପରେ ବିନା ଦ୍ୱିଧାରେ ମୋବାଇଲରେ ଫଟୋ ଉଠାଇଥିଲେ ଓ ରିଲ୍ ବନେଇ ତାକୁ ସେସିଆଲ୍ ମିଡିଆରେ ବି ଅପଲୋଡ୍ କରିଛନ୍ତି।

Advertisment

ଗତ ରଥଯାତ୍ରା ପରଠାରୁ ସୋସିଆଲ୍ ମିଡିଆରେ ଏମିତି ଅପଲୋଡ୍ ହୋଇଚାଲିଛି ମାଳ ମାଳ ଫଟୋ। ତେଣୁ ଏଠି ପ୍ରଶ୍ନ ଏମାନେ ରଥ ଉପରକୁ ଚଢ଼ିଲେ କେମିତି ? ରଥ ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି କରୁଥିଲେ କଣ ? ସ୍ୱୀକୃତିପ୍ରାପ୍ତ ସେବାୟତ ବି ଏମାନଙ୍କୁ ବାରଣ କଲେନି କାହିଁକି ? ଏସବୁ ଘଟଣାକୁ ଭକ୍ତ ମହଲରେ ଘୋର ନିନ୍ଦା କରାଯାଇଛି।

ଏମିତିକି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ବାରଣ ଥିବାବେଳେ ରଥ ଉପରକୁ ସେବାୟତ ମୋବାଇଲ୍ ଫୋନ୍ ନେବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି। ତେଣେ ବରିଷ୍ଠ ଖୁଣ୍ଟିଆ ସେବକଙ୍କ ଦାବି ରଥ ଉପରକୁ ଚଢ଼ିଥିବା ଅଣସେବାୟତ ଓ ସେମାନଙ୍କୁ ଚଢ଼ାଇଥିବା ସେବାୟତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋେଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Advertisment
Non Sebayatରଥ ଉପରେ ଅଣସେବାୟତ

ଭକ୍ତଙ୍କ କହିବା କଥା ଯାହା ହେଲା ଠିକ୍‌ ହେଲାନି। ଭକ୍ତଙ୍କୁ ଠାକୁରଙ୍କ ପାଖକୁ ଯିବାର ସୁଯୋଗ ନଦେଇ ସେବାୟତ, ପ୍ରଶାସନ ଏଭଳି ମନମାନି କରିବା ଆଦୌ ଠିକ୍‌ ହେଲାନି। ରଥଯାତ୍ରାରେ ବିଶୃଙ୍ଖଳା ସରକାରୀ ଅବହେଳା ଯୋଗୁ ହିଁ ହେଉଛି।

ଶ୍ରୀମନ୍ଦିର ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଯେଉଁମାନେ ନିୟମ ଭାଙ୍ଗିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ରଥ ଉପରକୁ ଅଣସେବାୟତମାନେ ଯିବା ଓ ଠାକୁରଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରିବା ନିନ୍ଦାଜନକ। ଯେପରି ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ଖୁଣ୍ଟିଆ ସେବାୟତମାନେ ଠାକୁରମାନଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେଇଥାନ୍ତି, ଠିକ୍‌ ସେହିପରି ବାଡଗ୍ରାହୀମାନେ ରଥ ଉପରେ ମୁତୟନ ଥାଆନ୍ତି। ତେଣୁ ଅଣସେବାୟମାନେ ଶ୍ରୀଅଙ୍ଗ ପାଖରେ ପହଞ୍ଚିବା ଠିକ୍ ହୋଇନି। ଦାୟିତ୍ୱରେ ଖିଲାପ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଉ।

ଏବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୫ସୂତ୍ରୀ କଡ଼ା ନିୟମାବଳୀ ପ୍ରସ୍ତୁତ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଇଏ ସେହି ନିୟମାବଳୀ ଯାହାକୁ ସବୁ ସେବାୟତ ନିଯୋଗ ପାଖକୁ ବି ପଠାଇଥିଲା। ଯେଉଁଥିରେ ୪ ଓ ୫ ନମ୍ବର ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା ଯେ, ରଥ ଉପରେ ସେବାୟତ ମୋବାଇଲ୍ ଫୋନ୍ ବ୍ୟବହାର କରିବେ ନାହିଁ କି କୌଣସି ଅଣସେବକ ରଥ ଉପରେ ରହିବେ ନାହିଁ। ହେଲେ ସୋସିଆଲ୍ ମିଡିଆରେ ମାଳ ମାଳ ହୋଇ ବୁଲୁଥିବା ଅଣସେବକଙ୍କ ଏସବୁ ଫଟୋ ଯେମିତି ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ କଲା ଭଳି ମନେ ହେଉଛି।

ଏଥିପାଇଁ ମହାପ୍ରଭୁଙ୍କ ବାଡ଼ଗ୍ରାହୀ, ଦଇତାପତି ସେବାୟତ ଓ ଜେଟିପିଙ୍କୁ ସିଧାସଳଖ ଅନ୍ୟ ସେବକମାନେ ଦାୟୀ କରିଛନ୍ତି। ଏମିତିକି ଏଭଳି ବିଶୃଙ୍ଖଳା ପ୍ରସଙ୍ଗ ଆଗାମୀ ବୈଠକରେ ଉଠାଇବେ ବୋଲି କହିଛନ୍ତି। ସେପଟେ ଜବାବରେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି, ଯେଉଁମାନେ ରଥରେ ଚଢିଥିଲେ-ସେମାନେ ଦଇତାପତିଙ୍କ ସହାୟକ। କିନ୍ତୁ ରଥ ଉପରକୁ ମୋବାଇଲ୍ ଫୋନ୍ ନେଇଯିବା ଆଦୌ ଠିକ୍ ହୋଇନି।

ସେପଟେ ପୁରା ଘଟଣାରେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ।

ଖୁଣ୍ଟିଆ ସେବକ ରାଧାଗୋବିନ୍ଦ ଖୁଣ୍ଟିଆ କହିଛନ୍ତି, କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ବିଶୃଙ୍ଖଳା ଯୋଗୁ ଏପରି ଘଟିଛି। ଏନେଇ ଆସନ୍ତା ବୈଠକରେ ଏବାବଦରେ ଆଲୋଚନା କରାଯିବ।

ଏବେ ଅପେକ୍ଷା ରଥରେ ଚଢି ଫଟୋ ଉଠାଇ ଓ ରିଲ୍ କରିଥିବା ଅଣସେବାୟତଙ୍କୁ ଚିହ୍ନଟ କରାଯାଇ ଆକ୍ସନ ହେଉଛି କି ନାହିଁ।

Ratha Yatra Puri Shreemandir Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe