କେନ୍ଦ୍ରାପଡ଼ାରୁ ଧରା ପଡ଼ିଛି ଏକ ସନ୍ଦିଗ୍ଧ ପାରା। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଏହି ପାରାଟିକୁ ଧରିଛନ୍ତି। ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଛି। ଗୁପ୍ତଚର କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା ବୋଲି ଆଶଙ୍କା ପ୍ରକାଶ ପାଇଛି।
ମହାକାଳପଡା ଜମ୍ବୁ ଗାଁର ରତନ ଦାସ ନାମକ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ପାରାଟି ଗଭୀର ସମୁଦ୍ରରେ ଉଡ଼ି ଆସି ରତନଙ୍କ ମାଛଧରା ବୋଟରେ ବସିଥିଲା। ରତନ ଏହି ସନ୍ଦିଗ୍ଧ ପାରାଟିକୁ ଧରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।
ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଥିଲା। ଟ୍ୟାଗରେ CHN-19-2024 ଲେଖା ରହିବା ସହିତ 988822 ବିଶିଷ୍ଟ ନମ୍ବର ମଧ୍ୟ ଉଲ୍ଲେଖ ରହିଥିଲା। ପାରାଟି ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର ହୋଇଥିଲା। ତେବେ ପାରାଟିକୁ ବନ ବିଭାଗ ୨ ଦିନ ରଖିବା ପରେ ଛାଡି ଦେଇଥିବା ଜଣାପଡିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଶାରେ ଫେଲ୍ ମାରିଛି ହାତୀ ସୁରକ୍ଷା, ୫ବର୍ଷରେ ମରିଛନ୍ତି ୪୦୩ ହାତୀ
ଗତ ୧୦ ବର୍ଷରେ ମୋଟ ୮୫୭ଟି ହାତୀଙ୍କ ବିଭିନ୍ନ କାରଣରୁ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଯାହାକି ରାଜ୍ୟରେ ହାତୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Miscellaneous
ଭୁବନେଶ୍ୱରରେ ଚାଲିବ ଡବଲଡେକର ଏସି ବସ୍; କଳ୍ପନାରୁ ରବି ଟକିଜ୍ ଛକ ପର୍ଯ୍ୟନ୍ତ ହେବ ଫ୍ଲାଏଓଭର
ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଶିଶୁଭବନରୁ ମାଉସୀମା’ ଛକ ପର୍ଯ୍ୟନ୍ତ ଆଉ ଗୋଟିଏ ଆରଓବି ଏବଂ ଭୁବନେଶ୍ୱର ଚାରିପାଶ୍ୱର୍ରେ ରିଂରୋଡ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା।
Miscellaneous
ଓମାନରେ ଛାତ ଭୁଶୁଡ଼ି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମରଶରୀର ଆଣିବା ପାଇଁ ବୈଜୟନ୍ତଙ୍କ ଉଦ୍ୟମ
ବିପିନଙ୍କ ମରଶରୀର ଓମାନରୁ ଆଣିବା ପାଇଁ ତାଙ୍କ ବାପା ଶୁକଦେବ ସ୍ୱାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
Miscellaneous
ଶିମିଳିପାଳରେ ରହିଲାନି, ଚାଲିଚାଲି ପଳାଇଲା ଜାମସେଦପୁର
ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ଆସିଥିଲା ବାଘୁଣୀ ‘ଜିନ୍ନତ’। କିଛି ଦିନ କ୍ୱାରେଣ୍ଟିନ୍ରେ ରହିବା ପରେ ଶିମିଳିପାଳ କୋର ଏରିଆ ଭିତରକୁ ଯାଇଥିଲା। ଆଉ ତା’ର ଗତିବିଧି ଉପରେ କଡ଼ା ନଜର ରଖିଥିଲେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ।