Advertisment

ଗଭୀର ସମୁଦ୍ରରୁ ଧରାପଡ଼ିଲା ସନ୍ଦିଗ୍ଧ ପାରା; ଗୋଡ଼ରେ ଲାଗିଛି ଟ୍ୟାଗ୍

ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଥିଲା।

ଅଦ୍ୟତନ ହୋଇଛି
Pigeon

Pigeon

Advertisment

କେନ୍ଦ୍ରାପଡ଼ାରୁ ଧରା ପଡ଼ିଛି ଏକ ସନ୍ଦିଗ୍ଧ ପାରା। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଏହି ପାରାଟିକୁ ଧରିଛନ୍ତି। ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଛି। ଗୁପ୍ତଚର କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା ବୋଲି ଆଶଙ୍କା ପ୍ରକାଶ ପାଇଛି।

Advertisment

ମହାକାଳପଡା ଜମ୍ବୁ ଗାଁର ରତନ ଦାସ ନାମକ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ପାରାଟି ଗଭୀର ସମୁଦ୍ରରେ ଉଡ଼ି ଆସି ରତନଙ୍କ ମାଛଧରା ବୋଟରେ ବସିଥିଲା। ରତନ ଏହି ସନ୍ଦିଗ୍ଧ ପାରାଟିକୁ ଧରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।

 ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଥିଲା। ଟ୍ୟାଗରେ CHN-19-2024 ଲେଖା ରହିବା ସହିତ 988822 ବିଶିଷ୍ଟ ନମ୍ବର ମଧ୍ୟ ଉଲ୍ଲେଖ ରହିଥିଲା। ପାରାଟି ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର ହୋଇଥିଲା। ତେବେ ପାରାଟିକୁ ବନ ବିଭାଗ ୨ ଦିନ ରଖିବା ପରେ ଛାଡି ଦେଇଥିବା ଜଣାପଡିଛି। 

Advertisment
Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe