Advertisment

ମିଳିଲାନି ନ୍ୟାୟ; ଭୋଟ ବର୍ଜନ କରିବେ ପିହୁଙ୍କ ପରିବାର

ଯାଜପୁରରେ ପିହୁ ନିଖୋଜ ଘଟଣା ସାରା ରାଜ୍ୟରେ ଚହଲ ସୃଷ୍ଟି କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Pihu mother strike

Pihu mother strike

ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିଖୋଜ ପିହୁଙ୍କ ମା ଓ ତାଙ୍କ ପରିବାର। ଏନେଇ ଯାଜପୁର ଜିଲ୍ଲା ବିଝାଂରପୁର ଥାନା ମଧୁସୁଦନପୁର ଘର ସାମ୍ନାରେ ବ୍ୟାନର ଲଗାଇଛନ୍ତି। ନିର୍ବାଚନ କମିଶନ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅବଗତ କରାଇଥିବା ବି ସେ କହିଛନ୍ତି।

Advertisment

୨୦୨୦ ଅଗଷ୍ଟ ୯ ତାରିଖରେ ତାଙ୍କ ଝିଅ ନିଖୋଜ ହେବା ପରେ ଜନ ପ୍ରତିନିଧି କି ସରକାର ତାଙ୍କ ନିଖୋଜ ଝିଅ ପିହୁକୁ ଖୋଜିବାରେ ସହଯୋଗ କରିନଥିବାପିହୁଙ୍କ ମା  ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଓ ତାଙ୍କ ପରିବାର ଚଳିତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଯାଜପୁରରେ ପିହୁ ନିଖୋଜ ଘଟଣା ସାରା ରାଜ୍ୟରେ ଚହଲ ସୃଷ୍ଟି କରିଥିଲା। ଏବେ ଯାଏଁ ପିହୁଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି। ଅପରପକ୍ଷେ, ପିହୁଙ୍କ ମାଆଙ୍କ ଅଭିଯୋଗ ନେଇ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିନି।

Advertisment

ପିହୁଙ୍କ ମା କହିଛନ୍ତି, ସାଢ଼େ ଚାରିବର୍ଷ ହେବ ମୋ ପିହୁ ଅପହରଣ ହେଲାଣି। ସରକାରଙ୍କ ପକ୍ଷରୁ ମୋତେ କୌଣସି ସହଯୋଗ କରାଗଲାନି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିବା ବେଳେ ମୁଁ ତାଙ୍କୁ ଦେଖା କରି ସିବିଆଇ ତଦନ୍ତ  କରିବାକୁ ଦାବି କରିଥାନ୍ତି।  ହେଲେ ତାଙ୍କୁ ମଧ୍ୟ, ଦେଖା କରିବାକୁ ଦେଲେନି। ଏଥିପାଇଁ  ମୁଁ ଓ ମୋ ପରିବାର  ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। 

Jajpur 2024 General Election Odisha Assembly Election 2024