Advertisment

ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଲାଗୁ ପାଇଁ ହାଇକୋର୍ଟରେ ମାମଲା

ଦେଶବ୍ୟାପୀ ପ୍ରାୟ ୨୮ ହଜାରରୁ ଅଧିକ ଡାକ୍ତରଖାନା ଏହି ଯୋଜନା ସହିତ ଯୋଡି ହୋଇଛନ୍ତି। କେବଳ ସେତିକି ନୁହଁ, ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଉପରେ ଏହାକୁ ଲାଗୁ କରାଯାଇପାରିବ।

author-image
Manoranjan Sial
High Court

High Court

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି। ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରୁ ଓଡ଼ିଶା ବାସୀଙ୍କୁ ବଞ୍ଚିତ କରୁଥିବା ଅଭିଯୋଗରେ ମାମଲା ଦାୟର ହୋଇଛି।

Advertisment

ସମୀର ମହାନ୍ତି ନିଜ ଆବେଦନରେ ଦର୍ଶାଇଛନ୍ତି, ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିଛନ୍ତି। ଯେଉଁଥିରେ ପୁରୁଷ ହିତାଧିକାରୀମାନେ ୫ ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ। ତେବେ ଅନେକ ସମୟରେ ଏହି ପରିମାଣ ଯଥେଷ୍ଟ ହେଉନହିଁ। ଯେଉଁଥିପାଇଁ ରାଜ୍ୟବାସୀ ଉପଯୁକ୍ତ ସେବା ପାଇପାରୁନାହାନ୍ତି। ଯେଉଁଥିପାଇଁ ଜୀବନର ସମସ୍ତ ଜମା ଶେଷ ହେଇଯାଉଛି ବୋଲି ସମୀର ନିଜ ଆବେଦନରେ ଦର୍ଶାଇଛନ୍ତି।

ସେ ନିଜ ଆବେଦନରେ ଆହୁରି ମଧ୍ୟ ଦର୍ଶାଇଛନ୍ତି, ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇଥିବା ଗରିବ ଶ୍ରେଣୀର ଲୋକେ ବାହାର ରାଜ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି। ତେବେ ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଦେଶର ଯେ କୌଣସି ସ୍ଥାନରେ ଓଡ଼ିଶାବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସମୀର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।

Advertisment

ଦେଶବ୍ୟାପୀ ପ୍ରାୟ ୨୮ ହଜାରରୁ ଅଧିକ ଡାକ୍ତରଖାନା ଏହି ଯୋଜନା ସହିତ ଯୋଡି ହୋଇଛନ୍ତି। କେବଳ ସେତିକି ନୁହଁ, ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଉପରେ ଏହାକୁ ଲାଗୁ କରାଯାଇପାରିବ। ଦେଶର ମାତ୍ର ପଶ୍ଚିମବଙ୍ଗ, ଦିଲ୍ଲୀ ଭଳି ଗୋଟାଏ ଯୋଡ଼ାଏ ରାଜ୍ୟକୁ ବାଦ ଦେଇ ଅନ୍ୟ ସମସ୍ତ ରାଜ୍ୟ ଏହାକୁ ଲାଗୁ କରିଛନ୍ତି। ସେ ଦୃଷ୍ଟିରୁ ତୁରନ୍ତ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଛି ସମୀର ମହାନ୍ତି।

Cuttack High Court