Advertisment

କାଲି ପିଲର କାମ ହୋଇଥିଲା, ଆଜି ଭୁଶୁଡ଼ି ପଡ଼ିଲା

ନିମ୍ନମାନର କାମ ଯୋଗୁ ପିଲାରଟି ଭୁଶୁଡି ପଡ଼ିଥିବା ଅଭିଯୋଗ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
 Pillar

Pillar

ପିଲର କାମ ସରିଥିଲା। ହେଲେ କାମ ସରିବାର ୨୪ ଘଣ୍ଟା ନପୂରଣୁ ଭୁଶୁଡ଼ି ପଡ଼ିଲା। ନିମ୍ନମାନର କାମ ଯୋଗୁ ଏପରି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ।

Advertisment

ନୀଳଗିରି ସନ୍ତରାଗଡ଼ିଆ ରାସ୍ତାର ଅସ୍ତିଆ ଛକରୁ ଅସ୍ତିଆ ଗାଁକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇଥିବା ସାଳନ୍ଦୀ କେନାଲ ଉପରେ ପୋଲ ନିର୍ମାଣ କରାଯାଉଛି। ଦୁଇ ମାସ ହେବ ପୋଲ କାମ ଆରମ୍ଭ ହୋଇଛି। ୫ଟି ପିଲର କାମ ସରିଥିବା ବେଳେ ଗତକାଲି ଶେଷ ତଥା ୬ନମ୍ବର ପିଲରର କାମ ହୋଇଥିଲା। ହେଲେ ଗତକାଲି ତିଆରି ହୋଇଥିବା ପିଲରଟି ୨୪ ଘଣ୍ଟା ନପୂରଣୁରୁ ଆଜି ସକାଳେ ଭୁଶୁଡ଼ି ପଡ଼ିଛି। ନିମ୍ନ ମାନର କାମ ଯୋଗୁ ପୋଲଟି ଭୁଶୁଡ଼ିପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କାମ ଆରମ୍ଭରୁ ଏମିତି ହେଲାଣି ଆଗକୁ ପୋଲ କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠୀ କହିଛନ୍ତି, ନିମ୍ନମାନର କାମ କରାଯାଉଛି। ରାତି ଅଧିଆ କାମ କାରାଯାଉଛି। ପ୍ରଶାସନିକ ଅଧିକାରୀ ଆସି ତଦନ୍ତ କରନ୍ତୁ। ନ ହେଲେ କୋଟ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ, ହେଲେ ଏହା ଲୋକଙ୍କ କାମରେ ଏହା ଲାଗି ପାରିବ ନାହିଁ।

Advertisment
Balasore