Advertisment

ଅଦିନିଆ ବନ୍ୟା! ରାତି ଗୋଟାଏରେ ଘରେ ପଶିଲା ପାଣି

ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମୀଣ ଜଳ ଯୋଗାଣ ବିଛା ଯାଇଛି ପାଇପ୍‌। ତେବେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଯୋଡା ପୌରାଞ୍ଚଳ ୧୦ ନମ୍ୱର ୱାର୍ଡ଼ ହନୁମାନ ହଟିଂ ଦେଇ ଯାଇଥିବା ପାନୀୟ ଜଳ ପାଇପ୍‌ ଫାଟି ଯାଇଥିଲା।

Water

Water

Advertisment

ରାତି ପ୍ରାୟ ଗୋଟାଏ ହେବ। ଶୀତୁଆ ରାତିରେ ଚାରିଆଡ଼େ ଘୋଟି ଯାଇଛି ଅନ୍ଧକାର ସାଙ୍ଗକୁ କୁହୁଡି। ଆକାଶ ପ୍ରାୟତଃ ନିର୍ମଳ ରହିଛି। ତାହାରି ଭିତରେ ଆସିଥିଲା ଅଦିନିଆ ବନ୍ୟା! ଆଉ ଚାହୁଁ ଚାହୁଁ ସମସ୍ତଙ୍କ ଘରେ ପଶି ଯାଇଥିଲା ପାଣି। ଆଉ ଶୋଇଥିବା ବେଳେ ଭିଜିଯାଇଥିଲା ବିଛଣା ସମେତ ଖାଦ୍ୟ ସାମଗ୍ରୀ। ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳରେ। ତେବେ ଏଠି ପ୍ରଶ୍ନ ଉଠୁଛି, ଅଦିନରେ କେଉଁଠୁ ଆସିଲା ବନ୍ୟା ପାଣି?

Advertisment

ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମୀଣ ଜଳ ଯୋଗାଣ ବିଛା ଯାଇଛି ପାଇପ୍‌। ତେବେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଯୋଡା ପୌରାଞ୍ଚଳ ୧୦ ନମ୍ୱର ୱାର୍ଡ଼ ହନୁମାନ ହଟିଂ ଦେଇ ଯାଇଥିବା ପାନୀୟ ଜଳ ପାଇପ୍‌ ଫାଟି ଯାଇଥିଲା। ପାଇପ୍‌ ଫାଟିବା ପରେ ଆସିଥିଲା ଜଳ ପ୍ରଳୟ। ନିଘୋଡ ନିଦରେ ଲୋକମାନେ ଶୋଇଥିବା ବେଳେ ଘରେ ପଶିଥିଲା ପାଣି। ଘର ଭିତରେ ପାଣି ଦେଖି ଲୋକମାନେ ପ୍ରଥମେ କିଛି ଜାଣିପାରିନଥିଲେ। ତରବରିଆ ଭାବେ ଉଠି ପଡ଼ିଥିଲେ। ଚାହୁଁ ଚାହୁଁ ଘରେ ଥିବା ସବୁ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ଭିଜି ଯାଇଥିଲା। ଏପରିକି ଲୋକଙ୍କ ଶୋଇବା ବିଛଣା ମଧ୍ୟ ଓଦା ହୋଇଯାଇଥିଲା।

ଲୋକମାନେ କିଛି ଭାବିବା ପୂର୍ବରୁ ଚଟାଣରେ ଥିବା ଖାଦ୍ୟ ସାମଗ୍ରୀକୁ ଉଠାଇ ଉଚ୍ଚ ସ୍ଥାନକୁ ନେଇଯାଇଥିଲେ। ହନୁମାନ ହଟିଂରେ ପ୍ରାୟ ୧୦ରୁ ଅଧିକ ପରିବାର ଲୋକଙ୍କ ଘରେ ପଶିଥିଲା ଅଦିନିଆ ପାଣି। ତେବେ ହଟିଂରେ ରହୁଥିବା ଜିଙ୍ଗି ମୁଣ୍ଡା ଓ ଗଣେଶ ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗି ଯାଇଛି। ଶୀତୁଆ ରାତିରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ତେବେ ପାଣି ବନ୍ଦ ହେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇ ପାଇଁ ଲୋକମାନେ ଦାବି କରିଛନ୍ତି।

Advertisment

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe