ଆଜିଠାରୁ ଆରମ୍ଭ ହେଲା ପିତୃପୁରୁଷଙ୍କ ଦିନ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯିବ। ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଓ ନରେନ୍ଦ୍ର ପୁଷ୍କରଣୀରେ ତିଳତର୍ପଣ କରିବେ ଶହ ଶହ ଲୋକେ।
ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସବୁଠି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ତେଣୁ ସେ ସବୁ ଜଳାଶୟରେ ପାଣି ଶୁଖି ଯାଇଥିବାରୁ ତିଳତର୍ପଣ କରିବା ନିଶ୍ଚିତ କଷ୍ଟ ସାଧ୍ୟ ହେବ ବୋଲି ଅଭିଯୋଗ ହେଉଛି।
Also Read
ଏପରିକି ଜଳାଶୟରେ ଜମି ରହିଥିବା ଦଳ ତଥା ଆବର୍ଜନାକୁ ଦୀର୍ଘ ଦିନ ହେବ ସଫା କରାଯାଉ ନ ଥିବାରୁ ଗନ୍ଧରେ ପରିବେଶ ଫାଟି ପଡ଼ୁଛି। ଏପରି ସ୍ଥିତିରେ ସେଠାରେ ବସି ରହି ପିଣ୍ଡଦାନ କର୍ମ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିବ ବୋଲି ବ୍ରାହ୍ମଣମାନେ କହିଛନ୍ତି।
ଆଗକୁ କାର୍ତ୍ତିକ ମାସ ଥିବା ବେଳେ ହବିଷ୍ୟାଳିମାନେ ଏଠାରେ ସାନ୍ନ କରି ମହାପ୍ରଭୁଙ୍କ ଦର୍ଶନ କରିବେ। ତେଣୁ ତୁରନ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ସେବାୟତ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ।
Miscellaneous
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
Miscellaneous
ରାଜ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ମିଳିବାରେ ବିଳମ୍ବ: ମୁଖ୍ୟ ସଚିବ କ୍ଷୁବ୍ଧ, ମାଗିଲେ ମାସିକିଆ ରିପୋର୍ଟ
ଯଦି କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅବା ଭିଜିଲାନ୍ସ ମାମଲା ଥାଏ ତା’ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଅବସର ଗ୍ରହଣର ଯଥେଷ୍ଟ ପୂର୍ବରୁ ତାକୁ ଫଏସଲା କରିବା ପାଇଁ ସମ୍ପୃକ୍ତ ବିଭାଗସ୍ତରରେ ପଦକ୍ଷେପ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ ।
Miscellaneous
ହାଇକୋର୍ଟରେ ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ, ୧୧ରେ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଜି ରାଜ୍ୟ ମହିଳା ଆୟୋଗର ୩ଜଣ ବରଖାସ୍ତ ସଦସ୍ୟ ସ୍ୱର୍ଣ୍ଣଲତା ସାମଲ, ବବିତା ସ୍ୱାଇଁ ଓ ବିଜୟ ବରୁୱାଙ୍କ ଦ୍ୱାରା ଦାଏର ପୃଥକ ପୃଥକ ଆବେଦନର ଏକାଠି ଶୁଣାଣି କରିଥିଲେ ।
Miscellaneous
ନେଲେ ଶିଳ୍ପ ପାଇଁ, କଲେ ଆପାର୍ଟମେଣ୍ଟ
୫ ଏକର ଶିଳ୍ପ ଜମିକୁ ଘରବାରି କିସମରେ ପରିବର୍ତ୍ତନ କରିଦେବା ଘଟଣା। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ମାମଲା ରୁଜୁ କରୁନାହାନ୍ତି ଜିଲ୍ଲାପାଳ।