Advertisment

୨୯ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ

ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ରାଜଭବନ ପର୍ଯ୍ୟନ୍ତ ରୋଡ୍‌ ସୋ। ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କୁ ଦେବେ ଗୁରୁମନ୍ତ୍ର।

PM Modi (File Photo)

PM Modi (File Photo)

Advertisment

ଓଡ଼ିଶାରେ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ନଭେମ୍ବର ୨୯ ତାରିଖ(ଶୁକ୍ରବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Advertisment

ମନମୋହନ କହିଛନ୍ତି ଯେ ୨୯ ତାରିଖ ଅପରାହ୍ନ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ରାଜଭବନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଡ୍‌ ସୋ କରିବେ ବୋଲି ରାଜ୍ୟ ବିଜେପି ସଭାପତି ସୂଚନା ଦେଇଛନ୍ତି। ଏହାପରେ ଦଳୀୟ କାର୍ଯ୍ୟାଳୟକୁ ଆସି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ପାର୍ଟି ଅଫିସରେ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ ବୋଲି ମନମୋହନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ। ଏହାପରେ ୩୦ ଓ ୧ ତାରିଖରେ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରକାଶ ଥାଉ, ଭୁବନେଶ୍ୱରରେ ନଭେମ୍ବର ୨୯ ତାରିଖରୁ ତିନି ଦିନିଆ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସୀର ମୁଖ୍ୟମାନେ ଏଥିରେ ଯୋଗ ଦେବେ।

Advertisment
DGP Conclave PM Modi Odisha Visit Bjp Odisha PM Modi Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe