Advertisment

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟଙ୍କୁ ନେଇ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବ ପ୍ରବାସୀ ଭାରତୀୟ ଏକ୍ସପ୍ରେସ। ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬, ଯାତ୍ରାର ସମୟ ଅବଧି ୩ ସପ୍ତାହ।

Pravasi Bharatiya Express

Pravasi Bharatiya Express

Advertisment

ଆଜି ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଜନତା ମଇଦାନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୋଦି ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଏକ ସ୍ୱତନ୍ତ୍ର ଅତ୍ୟାଧୁନିକ ପର୍ଯ୍ୟଟନ ଟ୍ରେନ୍, ଯାହାକି ବିଶେଷ ଭାବରେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି।

Advertisment

କେବଳ ୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟ ଏହି ଟ୍ରେନରେ ଯାତ୍ରା କରିପାରିବେ। ଦେଶର ବିଭିନ୍ନ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀକୁ ଯାଇ ଦର୍ଶନ କରିପାରିବେ। ଏହି ଯାତ୍ରାର ସମୟ ଅବଧି ହେଉଛି ୩ ସପ୍ତାହ। ଏହି ଏକ୍ସପ୍ରେସରେ ଯାଇ ପ୍ରବାସୀ ଭାରତୀୟମାନେ ଅଯୋଧ୍ୟା, ପାଟଣା, ଗୟା, ବାରାଣସୀ, ମହାବଳୀପୁରମ, ରାମେଶ୍ୱରମ, ମଦୁରାଇ, କୋଚି, ଗୋଆ, ଏକତା ନଗର(କେଭାଡିଆ), ଆଜମେର, ପୁଷ୍କର ଏବଂ ଆଗ୍ରା ଆଦି ଦର୍ଶନୀୟ  ସ୍ଥାନ ଦେଖିପାରିବେ। ଏହି ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬। ବୈଦେଶିକ ମନ୍ତ୍ରଣାଳୟର ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଉଲ୍ଲେଖ ଯୋଗ୍ୟ, ଭୁବନେଶ୍ବର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଗତକାଲି(ବୁଧବାର)ଠାରୁ ଆରମ୍ଭ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମଇଦାନରେ ଧାର୍ଯ୍ୟ ସମୟ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସମସ୍ତ ପ୍ରବାସୀ ଅତିଥୀଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲାଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି।

Advertisment
Odisha Bjp PM Narendra Modi Pravasi Bharatiya Divas Pravasi Bharatiya Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe