Advertisment

ଗାଳିଦେଇଥିଲେ ବଡ଼ବାବୁ, UPSC କ୍ଲିୟର କଲେ କନେଷ୍ଟବଲ

ଉଦୟଙ୍କ UPSC ଦେବା ପଛରେ ରହିଛି ଏକ ବଡ଼ ଘଟଣା।

ଅଦ୍ୟତନ ହୋଇଛି
Police constable

Police constable

Advertisment

ଅପମାନରୁ ଶପଥ ନେଲେ। ପରିଶ୍ରମ କରି ସଫଳ ହେଲେ। ଲଢ଼ିଲେ ଆଉ ସଫଳ ହେଲେ। ଏ ଘଟଣା ଆପଣଙ୍କୁ କାହାଣୀ ଭଳି ଲାଗିପାରେ। କିନ୍ତୁ ଯାହା ଘଟିଛି ସେ ସବୁ ପୁରା ସତ। ପୁଲିସ କନେଷ୍ଟବଲ୍ ରୁ UPSC ପରୀକ୍ଷାରେ କୃତକାର୍ଯ୍ୟ।

Advertisment

ଆନ୍ଧ୍ରପ୍ରଦେଶର ପୁଲିସ୍ କନଷ୍ଟବଲ୍ ଉଦୟ କ୍ରିଷ୍ଣା ରେଡ୍ଡୀ ୭୮୦ ରାଙ୍କ ହାସଲ କରିଛନ୍ତି। ହେଲେ ଉଦୟଙ୍କ UPSC ଦେବା ପଛରେ ରହିଛି ଏକ ବଡ଼ ଘଟଣା। ପ୍ରକାଶମ୍ ଜିଲ୍ଲାରେ ଡ୍ୟୁଟିରେ ଥିବା ଉଦୟଙ୍କୁ ଦିନେ ତାଙ୍କ ଉପରିସ୍ଥ ପୁଲିସ ସକର୍ଲ ଇନସପେକ୍ଟର ଗାଳି କରିଥିଲେ। ଜାଣିଶୁଣି ବ୍ୟକ୍ତିଗତ ଆକ୍ରୋଶ ରଖି ୬୦ ଜଣ ପୁଲିସ୍ ଅଧିକାରୀଙ୍କ ଆଗରେ ଅପମାନିତ କରିଥିଲେ। ବାସ୍ ଏହି ଗୋଟିଏ ଘଟଣା ଉଦୟଙ୍କ ମନକୁ ଶକ୍ତ ଆଘାତ ଦେଇଥିଲା ଆଉ ତାସହ ନିଜକୁ ବଡ଼ ଅଧିକାରୀ ଭାବେ ପରିଚିତ କରାଇବାକୁ ମନରେ ଜୋସ ବଢ଼ାଇ ଦେଇଥିଲା।

ସେହି ଅପମାନରୁ ଉଦୟ ଶପଥ ନେଇଥିଲେ ପରିଶ୍ରମ କରି କିଭଳି UPSCରେ ସଫଳ ହେବେ। ସେ ଦିନରୁ ଦୃଢ଼ତାର ସହ ଅଭ୍ୟାସରେ ଲାଗି ପଡ଼ିଲେ। ଏକ ସୁଯୋଗ ଭାବେ ନିଜ ଜୀବନରେ ବ୍ୟବହାର କଲେ ଆଉ ଶେଷରେ ଦୁଇ ବର୍ଷର ପରିଶ୍ରମ ତାଙ୍କୁ ସଫଳତା ଆଣିଦେଲା। ୭୮୦ ରାଙ୍କ ପାଇ ବି ସେ ଖୁସି ନାହାନ୍ତି କାରଣ ଉଦୟଙ୍କୁ IPS ହେବାକୁ ଅଛି। ଆଉ ଥରେ ଚେଷ୍ଟା କରିବେ, ପୁଣି ସଫଳ ହେବେ ବୋଲି ସେ କହିଛନ୍ତି।

Advertisment
Police Constable
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe