Advertisment

ପୁଲିସ୍ ଖୋଜୁଛି, ସଞ୍ଜ ନଇଁଲେ ତାଟି କବାଟ ପଡୁଛି

ନିୟମ ଅନୁସାରେ ବକ୍ସାଇଟ୍‌ ଖନନ ପୂର୍ବରୁ ଜଙ୍ଗଲ ଓ ପରିବେଶ ବିଭାଗର ମଂଜୁରୀ ସହ ରାଜସ୍ୱ ବିଭାଗର ଅନୁମତି ଦରକାର। ତା’ସହ ଗ୍ରାମସଭା ଓ ପଲ୍ଲିସଭା ମଧ୍ୟ ଜରୁରୀ। ହେଲେ ଏସବୁ କିଛି ହୋଇନି।

Koraput

Koraput

Advertisment

ପୁଲିସ୍ ଖୋଜୁଛି। ସଞ୍ଜ ନଇଁଲେ ତାଟି କବାଟ ପଡୁଛି। ଦିନତମାମ ଅଧିକାଂଶ ପରିବାର ଘର ମୁଖିଆଙ୍କ ଫେରିବା ବାଟକୁ ଏମିତି ଚାହିଁ ବସୁଛନ୍ତି ପରିବାର ଲୋକେ। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ ସିଜିମାଳି ପାହାଡ ଉପରେ ରହୁଥିବା ୫ଟି ଗାଁରେ ଗଲା କିଛି ଦିନ ହେଲା ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।

Advertisment

ସିଜିମାଳି ପାହାଡ଼ରୁ ବକ୍ସାଇଟ୍ ଖନନକୁ ବିରୋଧ ସହ ଭିଟାମାଟିରୁ ବେଦଖଲ ଓ ଜୀବନ ଜୀବୀକା ଉଜୁଡ଼ିବା ଆଶଙ୍କାରେ ବେଦାନ୍ତ କମ୍ପାନୀ ବିରୋଧରେ ଆନ୍ଦୋଳନ କରି ଏଇଠୁ ରାତି ଅଧିଆ ଗିରଫ ହେଲେଣି ୨୧ ଜଣ ନିରୀହ ଆଦିବାସୀ। ଅନେକଙ୍କ ନାଁରେ ନରହତ୍ୟା ଓ ମାଓବାଦୀ ସଦସ୍ୟ ଭଳି ମିଛ ମାମଲା ରୁଜୁ କରି ପୁଲିସ। ସଂଗୀନ ଦଫା ମଧ୍ୟ ଲଗାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ। ଅଞ୍ଚଳବାସୀଙ୍କ ଅଭିଯୋଗ- ସିଜିମାଳି ପାହାଡରୁ ବକ୍ସାଇଟ୍ ଖନନ ଲାଗି ବେଦାନ୍ତ କଂପାନୀ ଟେଣ୍ଡର ପାଇଛି। ହେଲେ ଖଣି ଖନନ ପାଇଁ ଆନ୍ଧ୍ରର ଏକ ଘରୋଇ କମ୍ପାନୀ- (ମୈତ୍ରୀ ଇନଫ୍ରା ଲିମିଟେଡ)କୁ ଠିକା ଦେଇଛି।

ନିୟମ ଅନୁସାରେ ବକ୍ସାଇଟ୍‌ ଖନନ ପୂର୍ବରୁ ଜଙ୍ଗଲ ଓ ପରିବେଶ ବିଭାଗର ମଂଜୁରୀ ସହ ରାଜସ୍ୱ ବିଭାଗର ଅନୁମତି ଦରକାର। ତା’ସହ ଗ୍ରାମସଭା ଓ ପଲ୍ଲିସଭା ମଧ୍ୟ ଜରୁରୀ। ହେଲେ ଏସବୁ କିଛି ହୋଇନି। ଏହାକୁ ନେଇ ଗତ ମାସରେ ସ୍ଥାନୀୟ ଅଞ୍ଚଳର ଆଦିବାସୀ ବଡ଼ ଧରଣର ପ୍ରତିବାଦ କରିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ପୁଲିସ ଲଗାଇ ସେମାନଙ୍କ ଆନ୍ଦୋଳନ ଭଣ୍ଡୁର କରିବା ସହ ବହୁ ଲୋକଙ୍କୁ ରାତି ଅଧିଆ ଘରୁ ଉଠାଇ ନେଉଥିବାରୁ ବଢୁଛି ଅସନ୍ତୋଷ। ଏମିତିକି ଖୋଦ ସରମ୍ବାଇ ଗାଁରେ ରହୁଥିବା ସିନ୍ଦୁରଘାଟି ପଞ୍ଚାୟତର ସରପଞ୍ଚ ଚନ୍ଦ୍ରିକା ମାଝୀଙ୍କ ସ୍ୱାମୀଙ୍କୁ ଉଠାଇ ନେଇଛି ପୁଲିସ୍‌। ସେହି ଭୟରେ ଚନ୍ଦ୍ରିକା ମୁହଁ ଖୋଲିନାହାନ୍ତି।

Advertisment

ତେଣେ ସିଜିମାଳି ପାହାଡରୁ ବକ୍ସାଇଟ ଖନନକୁ ନେଇ କମ୍ପାନୀ ପ୍ରରୋଚନାରେ ପୁଲିସ ଓ ପ୍ରଶାସନର ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଛନ୍ତି ବିରୋଧୀ। ବିଜେପି କହିଛି, କମ୍ପାନୀର ଅରାଜକତା ଆଦୌ ବରଦାସ୍ତ କରାଯିବ ନାହିଁ। ଆଦିବାସୀଙ୍କ ଦାବି ପୂରଣ କରାନଯାଇ ସେମାନଙ୍କୁ ମିଛ ମାମଲାରେ ଫସାଯିବା ବନ୍ଦ ନହେଲେ ଦଳ ଜୋରଦାର ପ୍ରତିବାଦ କରିବ। ତେଣେ କଂଗ୍ରେସ ପ୍ରଶ୍ନ କରିଛି ହକ ପାଇଁ ଲଢ଼େଇ କରୁଥିବା ଆଦିବାସୀଙ୍କ ନାଁରେ ମାମଲା ରୁଜୁ ହେଉଛି। ହେଲେ ନିୟମ ଉଲ୍ଲଂଘନକାରୀ କମ୍ପାନୀକୁ ମାଫ୍‌ କାହିଁକି? ଜବାବରେ ବିଜେଡି କହିଛି, ଖଣି ଅଞ୍ଚଳରେ ଆଦିବାସୀଙ୍କ ସ୍ୱାର୍ଥକୁ ରାଜ୍ୟ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି। ଏଥିରେ ଖିଲାପକାରୀଙ୍କ ବିରୋଧରେ କଡ଼ା ଆକ୍ସନ ହେଉଛି।

ରିପୋର୍ଟ- ଜୟପୁରରୁ ଟି. ଗୌରୀଶଙ୍କର

Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe