Advertisment

ଭିଟା ମାଟିରେ କାମ ମିଳୁନି; ଦାଦନ ଚାଲାଣ ହେଉଥିବା ବେଳେ ଧରାପଡ଼ିଲେ

ବେଳପଡା ଥାନା ଲଥାକେନ ଗାଁରୁ ୨୭ ଜଣଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିଲା ଦାଦନ ସର୍ଦ୍ଦାର। ସେମାନଙ୍କ ଭିତରେ ୭ ଜଣ ପୁରୁଷ, ୯ ଜଣ ମହିଳା ଓ ୧୧ ଜଣ ଛୋଟଛୁଆ ଥିଲେ। ସେମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ।

Balangir

Balangir

Advertisment

ଭିଟା ମାଟିରେ କାମ ମିଳୁନି। ଯେଉଁ କାମ ମିଳୁଛି, ସେଥିରେ ପାରିଶ୍ରମିକ ମିଳୁନି। ତେଣୁ ପେଟ ଚାଖଣ୍ଡକ ପାଇଁ ସର୍ଦ୍ଦାରଙ୍କଠାରୁ ଆଗୁଆ ପାଉଣା ନେଇ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ବେଳେ ଧରାପଡ଼ିଲେ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଚାଲାଣ ବେଳେ ଆଜି ୨୭ ଜଣ ଶ୍ରମିକଙ୍କୁ ପୁଲିସ୍‌ ଉଦ୍ଧାର କରିଛି। ସେଥିରେ ୧୧ ଜଣ ଛୋଟ ଛୁଆ ଅଛନ୍ତି।

Advertisment

ବେଳପଡା ଥାନା ଲଥାକେନ ଗାଁରୁ ୨୭ ଜଣଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିଲା ଦାଦନ ସର୍ଦ୍ଦାର। ସେମାନଙ୍କ ଭିତରେ ୭ ଜଣ ପୁରୁଷ, ୯ ଜଣ ମହିଳା ଓ ୧୧ ଜଣ ଛୋଟଛୁଆ ଥିଲେ। ସେମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ଥାନା ପୁଲିସ ଷ୍ଟେସନ୍‌ରେ ପହଞ୍ଚିଥିଲା। ସେମାନଙ୍କୁ ଉଦ୍ଧାର କରି ପଚରାଉଚରା କରିଥିଲା। ନିଜର ପେଟ ପାଟଣା ପାଇଁ ବେଆଇନ୍‌ ଭାବରେ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ସେମାନେ କହିଥିଲା।

ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ କହିବା ଅନୁସାରେ ଗାଁରେ ମିଳୁନି କାମ। କାମ କଲେ ମଧ୍ୟ ମାସ ମାସ ଧରି ମିଳୁନି ଟଙ୍କା। ଯେଉଁଥିପାଇଁ ବାଧ୍ୟ ହୋଇ ଦାଦନ ସର୍ଦ୍ଦାର ପାଖରୁ ଟଙ୍କା ନେଇ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଛୁ ବୋଲି ଶ୍ରମିକମାନେ କହିଛନ୍ତି। ପୁଲିସ୍‌ ଶ୍ରମିକମାନଙ୍କୁ ସେମାନଙ୍କ ଗାଁକୁ ପଠାଇ ଦେଇଛି। ଅନ୍ୟପକ୍ଷରେ ଶ୍ରମିକମାନଙ୍କୁ ଧରି ଆସିଥିବା ବୋଲେରୋ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe