Advertisment

ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ୧୭ ଦାଦନ ଶ୍ରମିକ; ଅଟକାଇ ଦେଲା ପୁଲିସ୍‌

ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ପୁରୁଷ ୭, ମହିଳା ୮ ଓ ଛୋଟଛୁଆ ୨ ଜଣ ଅଛନ୍ତି।

ଅଦ୍ୟତନ ହୋଇଛି
Labour

Labour

Advertisment

ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି। କାମ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ଚାଲାଣବେଳେ ବଲାଙ୍ଗିର ଜିଲ୍ଲା ଲର୍କୀ ଗାଁରୁ ୧୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ପୁରୁଷ ୭, ମହିଳା ୮ ଓ ଛୋଟ ଛୁଆ ୨ ଜଣ ଅଛନ୍ତି।

Advertisment

ଉଦ୍ଧାର ଶ୍ରମିକଙ୍କ ଘର ଦେଓଗାଁ ଥାନା କୁଡ଼ାସିଂହା ଗାଁର ବୋଲି ଜଣାଯାଇଛି। ଏହି ଘଟଣାରେ ବେଳପଡ଼ା ଥାନା ତଅଁଳା ଗାଁର ମାଧବ ଷାଣ୍ଢ ଓ ତୁରେକେଲା ଥାନା ଲର୍କୀ ଗାଁର ଧନେଶ୍ୱର ନାଗଙ୍କୁ ଦୁଇ ଜଣକୁ ଗିରଫ କରିଛି ତୁରେକେଲା ପୁଲିସ। 

ଗତକାଲି ୧୭ ଜଣ ଦାଦନ ଶ୍ରମିକଙ୍କୁ କାମ କରିବା ପାଇଁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା। ଏନେଇ ତୁରକେଲା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ବାଟରେ ଜଗି ରହିଥିଲା। ଦାଦନ ଶ୍ରମିକମାନେ ଯିବାବେଳେ  ଲର୍କୀ ଗାଁ ନିକଟରେ ଅଟକାଇ ଥିଲା ପୁଲିସ। 

Advertisment

ଏହି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି। ଏମାନଙ୍କୁ କିଏ ଦାଦନ ଖଟିବାକୁ  ଚାଲାଣ କରୁଥିଲେ, ଏହି ଘଟଣାରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ତାର ଖୋଳତାଡ଼ କରୁଛି।

Bolangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe