Advertisment

ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ୯ ଦାଦନ ଶ୍ରମିକ, ଅଟକାଇ ଦେଲା ପୁଲିସ୍‌

ଗତକାଲି ୯ ଜଣ ଦାଦନ ଶ୍ରମିକଙ୍କୁ କାମ କରିବା ପାଇଁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା

labour

labour

Advertisment

ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି। କାମ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ଚାଲାଣବେଳେ ବଲାଙ୍ଗିର ଜିଲ୍ଲା ତୁରକେଲା ଷ୍ଟେସନରୁ ୯ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୁଲିସ।ଉଦ୍ଧାର ଶ୍ରମିକଙ୍କ ଘର ତୁରକେଲା ବ୍ଲକର ବିଭିନ୍ନ ଗାଁର ବୋଲି ଜଣାଯାଇଛି। ଏହି ଘଟଣାରେ ଜଣେ ସର୍ଦ୍ଦାରକୁ ଅଟକ ରଖି ତୁରକେଲା ପୁଲିସର ପଚରାଉଚରା କରୁଛି।

Advertisment

ଗତକାଲି ୯ ଜଣ ଦାଦନ ଶ୍ରମିକଙ୍କୁ କାମ କରିବା ପାଇଁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା। ଏନେଇ ତୁରକେଲା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ବାଟରେ ଜଗି ରହିଥିଲା। ଦାଦନ ଶ୍ରମିକମାନେ ତୁରକେଲା ରେଲୱେ ଷ୍ଟେସନକୁ ଏକ ବୋଲେରୋ ଯୋଗେ ଯାଉଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ।

ଏହି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରି ପଚରାଉଚରା କରୁଛି ଓ ଘଟଣା ତଦନ୍ତ କରୁଛି। ଏମାନଙ୍କୁ କିଏ ଦାଦନ ଖଟିବାକୁ ହାଇଦ୍ରାବାଦ ଚାଲାଣ କରୁଥିଲେ, ଏହି ଘଟଣାରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ତାର ଖୋଳତାଡ଼ କରୁଛି।

Advertisment
Bolangiri Odia Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe