Advertisment

‘ଆଉ ଟିକେ ଜୋରରେ ଫୁଙ୍କ’ କହି ମୁହଁକୁ ପାଣି ଛାଟୁଛି ପୁଲିସ୍‌

ଏହି ଧରପଗଡ଼ ବେଳେ ଯେଉଁମାନେ ନିଶାସକ୍ତ ଅବସ୍ଥାରେ ଧରା ପଡ଼ୁଛନ୍ତି, ସେମାନଙ୍କ ବିରୋଧରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ ।

ଅଦ୍ୟତନ ହୋଇଛି
Police

Police

Advertisment

‘ଆଉ ଟିକେ ଜୋରରେ ଫୁଙ୍କ । ଏତିକି ହେଉନି, ଆଉ ଟିକେ ସମୟ ଅଧିକ ଫୁଙ୍କ । ହୋଇଗଲା, ହୋଇଗଲା ରହିଯାଅ ।’ ରାତି ଅଧରେ ବସ୍‌, ଟ୍ରକ୍‌ ଅଟକାଇ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ପୁଲିସ୍‌ କରୁଛି ଏପରି ଧରପଗଡ଼ । ଏହି ଧରପଗଡ଼ ବେଳେ ଯେଉଁମାନେ ନିଶାସକ୍ତ ଅବସ୍ଥାରେ ଧରା ପଡ଼ୁଛନ୍ତି, ସେମାନଙ୍କ ବିରୋଧରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ । ଆଉ ଯେଉଁମାନେ ନିଶାସକ୍ତ ନ ଥିବା ଜଣାପଡ଼ୁଛି, ସେମାନଙ୍କ ମୁହଁକୁ ପାଣି ସ୍ପ୍ରେ କରି ଛାଡ଼ି ଦିଆଯାଉଛି। ରାତି ଅଧରେ ଭଞ୍ଜନଗରର ଛକ ଅଞ୍ଚଳରେ ଏପରି ଚିତ୍ର ଦେଖିବାକୁ ମିଳୁଛି।

Advertisment

ରାତି ବଢ଼ିଲେ ବଢ଼ୁଛି ଦୁର୍ଘଟଣା। ଅକାଳରେ ଚାଲି ଯାଉଛି ବହୁ ଜୀବନ । ଏଥିପାଇଁ ବେପରୁଆ ଗାଡ଼ି ଚାଳନା ସହ ମଦ୍ୟପାନ ପ୍ରମୁଖ କାରଣ। ମଦ୍ୟପାନ ଯୋଗୁ ହେଉଥିବା ଦୁର୍ଘଟଣାକୁ ରୋକିବାକୁ ନିଆର ପ୍ରୟାସ ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ପୁଲିସ୍‌। ଏଣିକି ରାତି ଅଧରେ ପୁଲିସ୍‌ ଡ୍ରାଇଭରଙ୍କୁ ଅଟକାଇ ମଦ୍ୟପାନ କରିଛନ୍ତି କି ନାହିଁ ତାହାର ଯାଞ୍ଚ କରୁଛି, ଏଥିସହ ସେମାନଙ୍କ ମୁହଁକୁ ଛିଞ୍ଚୁଛି ପାଣି।

ରାତି ସମୟରେ ଅନିଦ୍ରା କାରଣରୁ ମଧ୍ୟ ବସ୍‌, ଟ୍ରକ ଚାଳକ ବହୁ ମର୍ମନ୍ତୁଦ ଦୁର୍ଘଟଣା ଘଟାଉଛନ୍ତି। ତେଣୁ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଥାନା ଅଞ୍ଚଳରେ ରାତିରେ ଓ ଭୋର ସମୟରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Advertisment

ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ କର୍ମଚାରୀମାନେ ଛକ ସ୍ଥାନରେ ଗାଡିଗୁଡିକୁ ଅଟକାଉଛନ୍ତି। ଏହାପରେ ମେସିନ ସାହାଯ୍ୟରେ ଚାଳକ ମଦ୍ୟପାନ କରିଛନ୍ତି କି ନାହିଁ ଦେଖିବା ପରେ ମୁହଁରେ ପାଣି ସ୍ପ୍ରେ କରୁଛନ୍ତି। ଫଳରେ ଚାଳକ ଫ୍ରେଶ୍‌ ରହିଲେ ଅନେକ ସମୟରେ ଦୁର୍ଘଟଣାକୁ ଏଡ଼ାଇ ଯାଇ ପାରିବ ବୋଲି ଗଞ୍ଜାମ ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଗତ ୨ ଦିନ ହେବ ଭଞ୍ଜନଗର ଥାନା ଅଧୀନ ବିଭିନ୍ନ ସ୍ଥାନରେ ଏହି ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ରାତି ପ୍ରାୟ ୧୧ଟାରୁ ଆରମ୍ଭ ହେଉଥିବା ଏହି ଧରପଗଡ଼ ସକାଳ ଯାଏ ଚାଲୁଛି।

ଏହା ମଧ୍ୟରେ ମଦ୍ୟପାନ କରି ଧରା ପଡ଼ିଥିବା ଚାଳକଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିଶାସକ୍ତ ଅବସ୍ଥାରେ ଧରା ପଡ଼ିଥିବା ଚାଳକଙ୍କୁ ଅଟକ ରଖାଯିବା ସମେତ ତାଙ୍କ ଗାଡ଼ିକୁ ଜବତ କରାଯାଉଛି। ଏଥିସହ ତାଙ୍କ ଉପରେ ୧୦ ହଜାର ୫୦୦ ଟଙ୍କାର ଫାଇନ୍‌ ପଡ଼ୁଛି। ଗତ ୨ ଦିନ ହେଲା ଆରମ୍ଭ ହୋଇଥିବା ଏହି ଧରପଗଡ଼ ସମୟରେ ଜଣେ ଟ୍ରକ୍‌ ଚାଳକ ଧରା ପଡ଼ିଥିବା ଜଣାଯାଇଛି।

Ganjam Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe