Oil
ବ୍ରହ୍ମପୁରରେ ପୁଣି ଥରେ ନକଲି ତେଲ ପ୍ୟାକିଂ ୟୁନିଟ୍। ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢଉ ହୋଇଛି। ରାଇସ୍ ବ୍ରାନ୍ ଅଏଲରେ ଏସେନ୍ସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ଏଠାରେ ପୁଣି ପ୍ୟାକିଙ୍ଗ କରାଯାଉଥିଲା। ବିଭିନ୍ନ ନକଲି ବ୍ରାଣ୍ଡ ନାଁ ଦେଇ ମାର୍କେଟକୁ ଛାଡୁଥିଲେ ତେଲ।
Advertisment
ସୋରିଷ ତେଲ ସହ ରାଶି ତେଲ, ନଡ଼ିଆ ତେଲର ବିଭିନ୍ନ ବ୍ରାଣ୍ଡ କରି ବିକ୍ରି କରୁଥିଲେ। ଚଢଉ ବେଳେ ଟ୍ରେଡ୍ ଲାଇସେନ୍ସ ସହ ଫୁଡ୍ ଲାଇସେନ୍ସ ମଧ୍ୟ ନକଲି ବୋଲି ଜଣାପଡିଛି। ବଡ ବଜାର ଥାନା ପୁଲିସ ଓ ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏକ କାଳୀନ ଚଢଉ ହୋଇଥିଲା। ଘର ଭିତରେ ପ୍ୟାକିଙ୍ଗ ୟୁନିଟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏସବୁର ତଦନ୍ତ କରାଯିବ ବୋଲି ପୁଲିସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
