Advertisment

ଜିରୋ ନାଇଟ୍ ପାଇଁ ପୁଲିସର ଜିରୋ ଟଲେରାନ୍ସ, ଟୁଇନ୍ ସିଟିରେ ସୁରକ୍ଷା କଡ଼ାକଡ଼ି

ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ବିରୋଧୀ ଅଭିଯାନକୁ ଜୋରଦାର କରିବ ପୁଲିସ। ପୁରୀ ପାଇଁ ଜାରି ହୋଇଛି ଟ୍ରାଫିକ୍ କଟକଣା।

Zero Night Celebration (Representational Image)

Zero Night Celebration (Representational Image)

Advertisment

ବର୍ଷ ୨୦୨୪ ବିଦାୟ ନେବାକୁ ଆଉ ମାତ୍ର ଦୁଇ ଦିନ ବାକି। ନୂଆବର୍ଷକୁ ସ୍ୱାଗତ ସହ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁଆଡ଼େ ଜୋରଦାର ଚାଲିଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ଭିତରେ ଟୁଇନ୍ ସିଟି ସମେତ ବିଭିନ୍ନ ସହରରେ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ବିରୋଧୀ ଅଭିଯାନକୁ ଜୋରଦାର କରିବ। ସେପଟେ ପୁରୀରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ୩୧ ଓ ୧ ତାରିଖ ପାଇଁ ଜାରି ହୋଇଛି ଟ୍ରାଫିକ୍ କଟକଣା।

Advertisment

ଜିରୋ ନାଇଟ୍ ପାଇଁ ପୁଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ। ନୂଆବର୍ଷ ପାଳନ ଭିତରେ କେହି ଭୁଲି ନଯାଆନ୍ତୁ ନିୟମ। ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଉପରେ ପୁଲିସର ଆଖି। ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ। ଜିରୋ ନାଇଟ୍ ପୂର୍ବରୁ ଟୁଇନ୍ ସିଟିରେ ସୁରକ୍ଷାକୁ କଡ଼ାକଡ଼ି କରିଛି କମିଶନରେଟ ପୁଲିସ। ଜୋରଦାର ହେବ ନାଇଟ୍ ଚେକିଂ, ବ୍ଲକିଂ, ନାକାବନ୍ଦୀ ସହ ମଦୁଆ ଧରପଗଡ଼ ଅଭିଯାନ। ୩୧ ସନ୍ଧ୍ୟାରୁ ଆହୁରି କଡ଼ାକଡ଼ି ହେବ ଯାଞ୍ଚ। ମଦ ପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୁଲିସ। ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରହିବ। ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛି କମିଶନରେଟ ପୁଲିସ।

ଟୁଇନ୍ ସିଟିରେ କିଛି ହୋଟେଲ ଓ ଖୋଲା ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଅନୁମତି ମିଳିଛି। ଏନେଇ ଅବକାରୀ ବିଭାଗ ସହ ଆଲୋଚନା କରିଛି କମିଶନରେଟ ପୁଲିସ। କଟକରେ ମୁତୟନ ରହିବେ ୮ ପ୍ଲାଟୁନ୍ ଫୋର୍ସ। ରାତି ୧୨ଟା ପରେ ଜିରୋ ନାଇଟ୍ ସେଲିବ୍ରେସନରେ ମାତିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି କଟକ ଡିସିପି।

Advertisment

ସେପଟେ ନୂଆବର୍ଷ ପାଇଁ ପୁରୀରେ ବଢ଼ିଲାଣି ଭିଡ଼। ଶ୍ରୀକ୍ଷେତ୍ରକୁ ଛୁଟିଲାଣି ରାଜ୍ୟ ତଥା ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ମାର୍କେଟ୍ ଛକ ଯାଏ ବ୍ୟାରିକେଡ୍ କରାଯାଇଛି। ୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ। ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସେହିପରି ୩୧ ଓ ୧ ତାରିଖ ପାଇଁ ପୁରୀରେ ଜାରି ହୋଇଛି ସ୍ୱତନ୍ତ୍ର ଟ୍ରାଫିକ କଟକଣା। ମେଡିକାଲ ଛକରୁ ଶ୍ରୀମନ୍ଦିର ନୋ ଭେହିକିଲ୍ ଜୋନ୍ ହେବ। ସହରର ମୁଖ୍ୟ ପ୍ରବେଶ ପଥରେ କଡ଼ାକଡ଼ି ହେବ ଚେକିଂ। ଭୁବନେଶ୍ବର ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ଜେଲ ରୋଡ଼ରେ ପାର୍କିଂ କରିବେ। କୋଣାର୍କ ପଟରୁ ଆସିଲେ ତାଳବଣିଆ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ଷ୍ଟର୍ଲିନ କିମ୍ବା ଯାତ୍ରୀକାରେ କରିବେ ପାର୍କିଂ। ସମୁଦ୍ରରେ ସୁରକ୍ଷିତ ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ରହିବେ। ନୂଆବର୍ଷରକୁ ଦୃଷ୍ଟିରେ ରଖି ପୁରୀରେ ମୁତୟନ ରହିବେ ୬୦ ପ୍ଲାଟୁନ୍ ଫୋର୍ସ। 

New Year 2025 Zero Night Celebration Puri Traffic Security For New Year
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe