Advertisment

‘‘ବାଙ୍ଗିରିପୋଷି ଘାଟିରେ ମୁତୟନ ହେବେ ପୁଲିସ୍‌, ପ୍ରତି ଦେଢ ଘଣ୍ଟାରେ ଛଡ଼ାଯିବ ଭାରିଯାନ’’

ଚାରି ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତାରେ ରାସ୍ତା ଜାମ ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ତୁରନ୍ତ ରାସ୍ତା ଜାମ୍‌ ହଟାଇବା ସହ ଏହାର ସୁପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ।

author-image
Niharika Rout
ଅଦ୍ୟତନ ହୋଇଛି
Road Jam

Road Jam

ମୟୂରଭଞ୍ଜ ଜିଲ୍ଲାର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ବାଙ୍ଗିରିପୋଷି ଘାଟିରେ ରାସ୍ତା ଜାମ ଘଟଣା ଟେନସନ୍‌ ବଢ଼ାଉଛି। କିଛି ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ୩ରୁ ୪ ଘଣ୍ଟା। ଘାଟି ରାସ୍ତାରେ ଶହ ଶହ ଟ୍ରକ୍ ସମେତ ଛୋଟ ବଡ଼ ଗାଡ଼ି ଅଟକି ରହିଛନ୍ତି । ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ୧୭ କିମି ଯାଏଁ ଏପରି ଚିତ୍ର ଦେଖିବାକୁ ମିଳିଛି।

Advertisment

ଚାରି ଦିନ ଧରି ବାଙ୍ଗିରିପୋଷି ଘାଟିରେ  ରାସ୍ତା ଜାମ ସ୍ଥିତି ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ତୁରନ୍ତ ରାସ୍ତା ଜାମ୍‌ ହଟାଇବା ସହ ଏହାର ସୁପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ।

ମୟୂରଭଞ୍ଜ ଜିଲ୍ଲାପାଳ ଗତକାଲି ବାଙ୍ଗିରିପୋଷି ଏବଂ ବିଶୋଇ ପୁଲିସକୁ ସ୍ୱତନ୍ତ୍ର ଚିଠି କରିଛନ୍ତି। ଏହି ଚିଠିରେ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ୨୪ ଘଣ୍ଟା ପୁଲିସ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଏଥିସହ ଭାରିଯାନ ଯାତାୟତ ଉପରେ କଟକଣା ଜାରି କରିଛନ୍ତି ।

Advertisment

 ୪୯ ନମ୍ବର ଜାତୀୟ ରାଜପଥ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତି ଦେଢ଼ ଘଣ୍ଟା ବ୍ୟବଧାନରେ ଭାରିଯାନ ଛାଡ଼ିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ବାଙ୍ଗିରିପୋଷି ଓ ବିଷୋୟୀ ପଟୁ ଭାରିଯାନ ଛଡ଼ାଯିବ । ଭାରିଯାନ ନିୟନ୍ତ୍ରଣ ପାଇଁ ଘାଟିର ଉଭୟ ପଟେ ପୁଲିସ ମୁତୟନ  ହେବେ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି।  ଅନ୍ୟ ସମୟରେ ଭାରି ଯାନଗୁଡିକ ରାସ୍ତାର ବାମ ପାର୍ଶ୍ୱରେ ପାର୍କିଂ କରିବେ ଓ ଅନ୍ୟ ଗାଡ଼ି ଯାତାୟତ କରିବ ବୋଲି ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ।

ଏଥିସହ ଘାଟି ରାସ୍ତା ଯେଭଳି ଜାମ ନ ହୁଏ ବିଡ଼ିଓ ତଥା ତହସିଲଦାର ତାହାର ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି ।

ବାଙ୍ଗିରିପୋଷି ଘାଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ଲାଇଫ ଲାଇନ୍‌ ଏହି ବାଟ ଦେଇ ଜିଲ୍ଲାର ଉଚ୍ଚ ଅଧିକାରୀଙ୍କଠୁ ସାଧାରଣ ଲୋକେ ଯିବା ଆସିବା କରି ଥାଆନ୍ତି। ଘାଟି ରାସ୍ତାରେ ମୋବାଇଲ ନେଟୱର୍କ କିମ୍ବା ଟୋପାଏ ପାଣି ପିଇବା ପାଇଁ ନ ଥିବା ବେଳେ ଯାତାୟାତ କରୁଥିବା ସମସ୍ତେ ନାହିଁ ନ ଥିବ ହନ୍ତସନ୍ତ ହେଉଛନ୍ତି। କିଛି ଦିନ ହେବ ଲାଗି ରହିଥିବା ଏହି ସମସ୍ୟା ପ୍ରତି କେହି ନିଘା ଦେଉ ନ ଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶି ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ପ୍ରଶାସନ ।

Mayurbhanj