Advertisment

ସାବଧାନ! ଗାଡ଼ି ସହ ଜବତ ହେବ ମୋବାଇଲ

ରଙ୍ଗ ରୁଟ ଓ ୟୁଟର୍ଣ୍ଣ ମାରୁଥିଲେ ଗାଡ଼ିରେ ପଶିଯାଇପାରେ କଣ୍ଟା। ଗାଡ଼ି ସହ ମୋବାଇଲକୁ ମଧ୍ୟ କରାଯାଇ ପାରେ ଜବତ।

ଅଦ୍ୟତନ ହୋଇଛି
Traffic

Traffic

Advertisment

ରଙ୍ଗ ରୁଟରେ ଗାଡ଼ି ଚଲାଉଛନ୍ତି କି ? ଚେକିଂ ବେଳେ ଚାଲାକ ହୋଇ ୟୁଟର୍ଣ୍ଣ ମାରୁଛନ୍ତି କି? ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି କି? ଯଦି ଏମିତି ସବୁ କରୁଛନ୍ତି, ତା’ହେଲେ ହୋଇଯାଆନ୍ତୁ ସାବଧାନ।

Advertisment

କାରଣ କୌଣସି ବି ମୁହୂର୍ତ୍ତରେ ଆପଣଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ରଙ୍ଗ ରୁଟ ଓ ୟୁଟର୍ଣ୍ଣ ମାରୁଥିଲେ ଗାଡ଼ିରେ ପଶିଯାଇପାରେ କଣ୍ଟା। ଗାଡ଼ି ସହ ମୋବାଇଲକୁ ମଧ୍ୟ କରାଯାଇ ପାରେ ଜବତ।

ରାଜଧାନୀ ଭୁବନେଶ୍ୱରରେ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ୍‌ କରିଛି ଏମିତି କିଛି ବ୍ୟବସ୍ଥା। ଅମାନିଆଙ୍କ ପାଇଁ ରଙ୍ଗ ରାଇଡ ବ୍ୟାରିୟର ବ୍ୟବସ୍ଥା ହୋଇଛି। ଶନିବାର ଠାରୁ ଏହି ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଅଧିକ ଗାଡ଼ିକୁ ଲିକ୍‌ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ସେହିପରି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଥିବା ଡ୍ରାଇଭରଙ୍କ ପାଇଁ ଆହୁରି କଠୋର ହୋଇଛି ପୁଲିସ । ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ, ହେଲମେଟ ପରେ ଏବେ ମୋବାଇଲରେ କଥା ହେଉଥିବା ଚାଳକଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଯାଉଛି ପୁଲିସ। ଯେଉଁମାନେ ଗାଡ଼ି ଡ୍ରାଇଭ କରିବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ସିଜ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା।

ତାଙ୍କ କହିବା କଥା ଯେ ଅମାନିଆ ଚାଳକଙ୍କ ଗାଡ଼ିକୁ କୋର୍ଟ ଚାଲାଣ କରିବା ସହ ମୋବାଇଲକୁ ପୁଲିସ୍‌ ତତକ୍ଷଣାତ ଜବତ କରିବ। ଚେକିଂ ସମୟରେ ପୁଲିସ ଉପରକୁ ଗାଡ଼ି ଚଢ଼ାଇ କେତେକ ଅମାନିଆ ଡ୍ରାଇଭର ଖସି ପଲାଉ ଥିବା ନଜିର ଆସିଛି। ସେମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ ଏବେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ ନିଷ୍ପତ୍ତି ନେଇଛି। ସେହିପରି ବିଗତ ୪ ଦିନରେ ଟ୍ରାଫିକ ଖିଲାପକାରୀଙ୍କ ୪ ଶହ ଗାଡ଼ି ଜବତ କରି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ କହିଛନ୍ତି।

Police Checking Vehicle Checking Bhubaneswar Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe