Advertisment

ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧରେ ଲାଗିଲା ପୋଷ୍ଟର

ପୋଷ୍ଟରରେ ଆହୁରି ମଧ୍ୟ ଲେଖାଯାଇଛି, ସମାଜସେବୀ ନାଁରେ ଖଣି ବିଷୟରେ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ନିରୀହ ଆଦିବାସୀଙ୍କୁ ଭୁବନେଶ୍ୱର ନେଇ ପ୍ରତିବାଦ କରି କୋଟି କୋଟି ଟଙ୍କା ଲୁଟୁଛନ୍ତି।

ଅଦ୍ୟତନ ହୋଇଛି
Prafulla Samantara

Prafulla Samantara

Advertisment

ସମାଜସେବୀ ତଥା ଲୋକଶକ୍ତି ଅଭିଜାନର ସଭାପତି ପ୍ରଫୁଲ ସାମନ୍ତରାଙ୍କୁ ରାୟଗଡ଼ାରେ ବିରୋଧ କରାଯାଇଛି। ତାଙ୍କ ନାଁରେ କଲ୍ୟାଣସିଂହପୁର ବ୍ଲକର ପରସାଲି ଓ ନିୟମଗିରିରେ ପୋଷ୍ଟର ମରାଯାଇଛି। ଯେଉଁ ପୋଷ୍ଟର ଗୁଡ଼ିକୁ ‘ଜାଗୃତି ଆଦିବାସୀ ମଞ୍ଚ’ ଓ ‘ନିୟମଗିରି ଯୁବ କମିଟି’ ତରଫରୁ ମରାଯାଇଥିବା ଲେଖାଯାଇଛି। ପୋଷ୍ଟରରେ ପ୍ରଫୁଲ ସାମନ୍ତରାଙ୍କ ବିରୋଧରେ ଅନେକ କଥା ଲେଖାଯାଇଛି। ସେ କିପରି ଆଦିବାସୀଙ୍କ ଆଢୁଆଳରେ କୋଟିପତି ହୋଇଛନ୍ତି? ପୋଷ୍ଟରରେ ତାହା ଲେଖାଯାଇଛି।

Advertisment

ପୋଷ୍ଟରରେ ଆହୁରି ଲେଖାଯାଇଛି, ଶ୍ରୀ ସାମନ୍ତରା ନିଜ ଦେଶର ପ୍ରଗତିକୁ ବିରୋଧ କରିବା ସହ ଏନଜିଓ ନାଁରେ କୋଟି କୋଟି ଟଙ୍କା ହଡପ୍‌ କରୁଛନ୍ତି। ଅଷ୍ଟ୍ରେଲିଆର କମ୍ପାନୀକୁ ଫାଇଦା ପହଞ୍ଚାଇବା ପାଇଁ ନିରୀହ ଆଦିବାସୀଙ୍କୁ ବ୍ୟବହାର କରୁଛନ୍ତି। ପାହାଡ଼ିଆ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ସେ ଗଦ୍ଦାରୀ କାମ କରିଥିବା ପୋଷ୍ଟରରେ ଲେଖାଯାଇଛି।

ପୋଷ୍ଟରରେ ଆହୁରି ମଧ୍ୟ ଲେଖାଯାଇଛି, ସମାଜସେବା ନାଁରେ ଖଣି ବିଷୟରେ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ନିରୀହ ଆଦିବାସୀଙ୍କୁ ଭୁବନେଶ୍ୱର ନେଇ ପ୍ରତିବାଦ କରି କୋଟି କୋଟି ଟଙ୍କା ଲୁଟୁଛନ୍ତି। ତେଣୁ ଶ୍ରୀ ସାମନ୍ତରାଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଷ୍ଟରରେ ଦାବି କରାଯାଇଛି।

Advertisment

ସୂଚନାରୁ ପ୍ରକାଶ, ଗତକିଛି ଦିନ ହେଲା କାଶୀପୁର ବ୍ଲକରେ ସିଜିମାଲି ଖଣି ଖାନନକୁ ବିରୋଧ କରାଯାଉଛି। ସେଥିରେ ସାମିଲ ହୋଇଥିଲେ ସମାଜସେବୀ ପ୍ରଫୁଲ୍ଲ ସାମନ୍ତରା। ତେବେ ଦିନେ ତାଙ୍କୁ ଅପହରଣ କରାଯାଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅପହରଣ କରିଥିବା ଦୁର୍ବୃତ୍ତମାନେ ଶ୍ରୀ ସାମନ୍ତରାଙ୍କୁ ତାଙ୍କ ବ୍ରହ୍ମପୁର ସ୍ଥିତ ଘରେ ଛାଡ଼ି ଦେଇଥିଲେ। ଏହା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ତେବେ ଲାଗିଥିବା ପୋଷ୍ଟରକୁ ନେଇ ପ୍ରଫୁଲ୍ଲ ସାମନ୍ତରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe