Advertisment

ମନ୍ତ୍ରୀ ଆଳୁ ଦେଲେ ଆମେ ୩୨ ଟଙ୍କାରେ ବିକିବୁ....

ଆଳୁ ବ୍ୟବସାୟୀ ଜଣକ ଆହୁରି କହିଛନ୍ତି, ସତକଥା କହିବାକୁ ଗଲେ ମାର୍କେଟରେ ବର୍ତ୍ତମାନ ଆଳୁ ନାହିଁ। ଯେଉଁ ଆଳୁ ଅଛି, ତାକୁ ୪୦ ଟଙ୍କାରେ ବିକୁଛୁ। ୩୨ ଟଙ୍କାରେ ଆଳୁ ବିକି ହେବନି। କାରଣ ଆମେ ୩୩ରୁ ୩୪ ଟଙ୍କାରେ ଆଳୁ କିଣୁଛି। ତାହାହେଲେ ୩୨ ଟଙ୍କାରେ କେମିତି ବିକିବୁ?

author-image
Manoranjan Sial
ଅଦ୍ୟତନ ହୋଇଛି
BBSR

BBSR

ଆମକୁ ମନ୍ତ୍ରୀ ଆଳୁ ଦେଲେ, ଆମେ କିଲୋ ୩୨ ଟଙ୍କାରେ ବିକିବୁ....। ମନ୍ତ୍ରୀ ଯଦି ୧୦ ଟଙ୍କାରେ ଆଳୁ ଦେବେ, ଆମେ ତାକୁ ବିକିବୁ। ପ୍ରଥମେ ଆଳୁ ଦିଅନ୍ତି... ଆଜି ଏମିତି କ୍ଷୋଭ ପ୍ରକାଶ କରି କହିଛନ୍ତି ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ଏକ ନମ୍ୱର ହାଟର ଜଣେ ଆଳୁ ବ୍ୟବସାୟୀ।

Advertisment

ଆଳୁ ବ୍ୟବସାୟୀ ଜଣକ ଆହୁରି କହିଛନ୍ତି, ସତକଥା କହିବାକୁ ଗଲେ ମାର୍କେଟରେ ବର୍ତ୍ତମାନ ଆଳୁ ନାହିଁ। ଯେଉଁ ଆଳୁ ଅଛି, ତାକୁ ୪୦ ଟଙ୍କାରେ ବିକୁଛୁ। ୩୨ ଟଙ୍କାରେ ଆଳୁ ବିକି ହେବନି। କାରଣ ଆମେ ୩୩ରୁ ୩୪ ଟଙ୍କାରେ ଆଳୁ କିଣୁଛି। ତାହାହେଲେ ୩୨ ଟଙ୍କାରେ କେମିତି ବିକିବୁ? ଗୋଟିଏ ୪୦ କେଜିର ଆଳୁ ବସ୍ତାରୁ ୧୦ କିଲୋ ଖଣ୍ଡିଆ ଖାବରା ଓ ପଚା ବାହାରୁଛି। ସେଥିରେ ପୁଣି କହୁଛନ୍ତି ୩୨ ଟଙ୍କାରେ ବିକିବା ପାଇଁ। ଏହା କେମିତି ସମ୍ଭବ ବୋଲି ଆଳୁ ବ୍ୟବସାୟୀ ଜଣକ ପ୍ରଶ୍ନ କରିଛନ୍ତି।

ଭୁବନେଶ୍ୱରର ସବୁଠାରୁ ବଡ଼ ମାର୍କେଟ ହେଉଛି ଏକ ନମ୍ୱର ହାଟ। ଆଜି ସନ୍ଧ୍ୟା ବେଳେ ଗୋଟିଏ ଦୁଇଟି ଦୋକାନରେ ବିକ୍ରି ହେଉଥିଲା ଆଳୁ। ବାଛିକି ଆଳୁ ନେଲେ ୪୫ ଟଙ୍କା ଓ ଅବଛା ନେଲେ ୪୦ ଟଙ୍କା। ରାତି ୯ଟା ବେଳକୁ ପୂରା ଆଳୁ ମାର୍କେଟ ଖାଲି। କେବଳ ଜଣେ ବ୍ୟବସାୟୀ ପାଖରେ ବସ୍ତାଏରୁ କମ୍‌ ଆଳୁଥିଲା। ତାଙ୍କଠାରୁ ଆଳୁ ନେବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଯିଏ ୩ କିଲୋ ନେବା ପାଇଁ ଆସିଥିଲେ, ସିଏ ଠେଲାପେଲା ଭିତରେ କେବଳ ୧ କେଜି ଆଳୁ ନେଇ ଯାଉଛି।

Advertisment

ଆଳୁ ନେବା ପାଇଁ ଆସିଥିବା ଜଣେ ଭଦ୍ର ବ୍ୟକ୍ତି କହିଛନ୍ତି, ଘଣ୍ଟାଏରୁ ଅଧିକ ସମୟ ଧରି ଏକ ନମ୍ୱର ମାର୍କେଟରେ ଆଳୁ ପାଇଁ ବୁଲୁଛି। ହେଲେ କେଉଁଠି ଆଳୁ ପାଇଲି ନାହିଁ। ଏବେ ଗୋଟିଏ ଆଳୁ ଦୋକାନ ପାଇଲି। ସେଠାରେ ବହୁ ସମୟ ଛିଡ଼ା ହେବା ପରେ ୫୦୦ ଗ୍ରାମ ଆଳୁ ନେଇ ଯାଉଛି ବୋଲି ବ୍ୟକ୍ତି ଜଣକ କହିଛନ୍ତି।

ସୂଚନାରୁ ପ୍ରକାଶ, ପଶ୍ଚିମବଙ୍ଗ ସରକାର ଆଳୁ ଯୋଗାଣ ବନ୍ଦ କରିବା ପରେ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଥିଲା। ଯେଉଁ ଆଳୁ ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଳୁ ଗୋଦାମ ପରିଦର୍ଶନ କରିଥିଲେ। ପରେ ବ୍ୟବସାୟୀମାନଙ୍କୁ ଅନୁରୋଧ କରି ୩୨ ଟଙ୍କାରେ ଆଳୁ ବିକିବା ପାଇଁ କହିଥିଲେ। ହେଲେ ରାଜଧାନୀର ବ୍ୟବସାୟୀମାନେ ୪୦ ଟଙ୍କାରେ ଆଳୁ ବିକୁଛନ୍ତି। ତାହାହେଲେ ଉପାନ୍ତ ଅଞ୍ଚଳରେ ଆଳୁ ରେଟ୍‌ କେତେ ଥିବ?

Bhubaneswar Bhubaneswar News Potato