Advertisment

ଦୂର ହେବ ଆଳୁ ଟେନସନ; ୟୁପିରୁ ଆସିଲା ଆଳୁ ଗାଡ଼ି

କିଛି ଦିନ ତଳେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ି ନଥିଲା। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଯାହାଫଳରେ ବଜାରରେ ଆଳୁ ସଙ୍କଟ ଦେଖାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Potato trucks

Potato trucks

ଦୂର ହେବ ଆଳୁ ଟେନସନ। ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍ । ଉତ୍ତରପ୍ରଦେଶରୁରୁ ଗୋଟିଏ ଟ୍ରକ୍ ଆଳୁ ଆଜି ସକାଳେ କଟକ ଛତ୍ର ବଜାରରେ ପହଞ୍ଚିଥିବା ବେଳେ ୪ଟ୍ରକ୍ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିବା ଜଣାଯାଇଛି। ପଶ୍ଚିମବଙ୍ଗରୁ ଏହି ଆଳୁ ଗାଡ଼ି ଗଳାବାଟ ଦେଇ ଆସିଥିବା ସୂଚନା ରହିଛି।  ସେହିପରି ଉତ୍ତରପ୍ରଦେଶରୁ ଭୁବନେଶ୍ୱର ଆଇଗିଣିଆ ମାର୍କେଟକୁ ୧୦ରୁ୧୨ ଟ୍ରକ ଆଳୁ ଟ୍ରକ୍‌ ପହଞ୍ଚିଛି। ଆଳୁ ଗାଡ଼ି ପହଞ୍ଚିବା ପରେବଜାରରେ ଆଳୁ ଦର ହ୍ରାସ ପାଇବ ବୋଲି ଗ୍ରାହକ ଆଶାବାଦୀ ଅଛନ୍ତି।

Advertisment

ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ନ ଛାଡ଼ିବା ପରେ ବଜାରରେ ୩oରୁ ୩୫ଟଙ୍କା ଦରରେ ମିଳୁଥିବା ଆଳୁ ଚଢ଼ା ଧରରେ ବିକ୍ରି ହେଉଥିଲା। ଯାହାକୁ ନେଇ ଚିନ୍ତାରେ ଥିଲେ ଗ୍ରାହକ। ଗତକାଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି କହିଥିଲେ। ଆଜି ସକାଳେ ଉତ୍ତରପ୍ରଦେଶରୁରୁ ଗୋଟିଏ ଟ୍ରକ୍ ଆଳୁ କଟକ ଛତ୍ରବଜାରରେ ପହଞ୍ଚିଥିବା ବେଳେ ୪ଟି ଗୋଟିଏ ଟ୍ରକ୍ ଆଳୁ ପଶ୍ଚିମବଙ୍ଗରରୁ ଆସିଛି। ସେହିପରି ଉତ୍ତରପ୍ରଦେଶରୁ ଭୁବନେଶ୍ୱର ଆଇଗିଣିଆ ମାର୍କେଟକୁ ୧୦ ଟ୍ରକ ଆଳୁ ଟ୍ରକ୍‌ ପହଞ୍ଚିଛି।

ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି, ଆଜି ସକାଳେ ୪ ଟ୍ରକ୍ ଆଳୁ ପଶ୍ଚିମବଙ୍ଗ ଓ ଗୋଟିଏ ଟ୍ରକ୍ ଆଳୁ ୟୁପିରୁ ଛତ୍ରବଜାରକୁ ଆସିଛି। ସରକାର ୩୦୦ ଟ୍ରକ୍ ଆଳୁ ଟ୍ରକ୍ ୟୁପିରୁ ଆଣିବେ ବୋଲି କହିଛନ୍ତି। ଆଜି ବି ସେ ଗାଡ଼ି ପହଞ୍ଚିଯିବ। 

Advertisment

ସୂଚନାଯୋଗ୍ୟ, କିଛି ଦିନ ତଳେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ି ନଥିଲା। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଯାହାଫଳରେ ବଜାରରେ ଆଳୁ ସଙ୍କଟ ଦେଖାଯାଇଥିଲା।

Bhubaneswar Cuttack