Advertisment

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ

କିଛି ଦିନ ତଳେ କେନ୍ଦ୍ରୀୟ ଟିମ୍ ପୁରୀ ଜିଲ୍ଲାରେ ଗ୍ରସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ।

Hen

Hen

Advertisment

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି। ଏଥିପାଇଁ  ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ ପୁରୀ ପ୍ରଶାସନ କଟକଣା ଲଗାଇଛି। ପିପିଲି, ଡେଲାଙ୍ଗ, ନିମାପଡ଼ା ଓ ସତ୍ୟବାଦୀରେ଼ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ କୁହାଯାଇଛି। 

Advertisment

ଏଥିସହ ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ନ କରିବାକୁ କୁହାଯାଇଛି। ଏତ୍‌ବ୍ୟତିତ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠା ନ ଯିବାକୁ ପ୍ରଶାସନ ପକ୍ଷରୁ  ନିର୍ଦ୍ଦେଶ ଦିଆଯାଇଛି।  କୁକୁଡା ଚାଷୀମାନେ ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରିବା ପାଇଁ  କୁହାଯାଇଛି। ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଫାର୍ମ ମାଲିକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। 

ସୂଚନାଯୋଗ୍ୟ, କିଛି ଦିନ ତଳେ କେନ୍ଦ୍ରୀୟ ଟିମ୍ ପୁରୀ ଜିଲ୍ଲାରେ ଗ୍ରସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ବାର୍ଡ ଫ୍ଲୁ  ସଂକ୍ରମିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ଥିବା ବ୍ୟକ୍ତି ବିଶେଷମାନଙ୍କୁ ଚିକେନ ନ ଖାଇବାକୁ ପରାମର୍ଶ ଦେଇଥିଲେ ଟିମ୍‌ ସଦସ୍ୟ ।

Advertisment

ବାର୍ଡ ଫ୍ଲୁ ବ୍ୟାପିଥିବାରୁ  ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇ ସାରିଥିବା ଖବର ରହିଛି। ଏଥିସହ କେତେକ କୁକୁଡ଼ାକୁ ମାରି ପୋତି ଦିଆଯାଇଥିବା  ସୂଚନା ରହିଛି। 

Puri Bird Flu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe