Train
ଟ୍ରାକରେ ଛିଡି ପଡ଼ିଲା ଓଭର ହେଡ୍ ଇଲେକ୍ଟ୍ରିକ ତାର। ମରାମତି କରାଯିବାର ୨ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। ଫଳରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରିଛନ୍ତି।
ଆଜି ସକାଳେ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ ଟ୍ରାକ୍ ଉପରେ ଓଭର ହେଡ୍ ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିଥିଲା। ଏଥିଯୋଗୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା। ଫଳରେ ସେହି ରୁଟ୍ ଦେଇଯିବାକୁ ଥିବା ରାଉରକେଲା ଇଣ୍ଟରସିଟି ଲକ୍ଷ୍ମୀପୁରରେ ଅଟକି ରହିଥିଲା। ମରାମତି ପରେ ୨ ଘଣ୍ଟା ବିଳମ୍ବରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି ଟ୍ରେନ। ସେହିପରି ହୀରଖଣ୍ଡ ଏକ୍ସପ୍ରେସ୍ ବି ୨ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ବେଳେ ସମେଲେଶ୍ୱରୀ ଓ DMU
ଅଢେଇ ଘଣ୍ଟା ବିଳମ୍ବରେ କୋରାପୁଟ ଛାଡ଼ିଛି।
ରେଳ ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁ ଯାତ୍ରୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ରେଳ ବିଭାଗ କର୍ମଚାରୀ ଓ ଟେକ୍ନିସିଆନ ଟିମ୍ ପହଞ୍ଚି ମରାମତି କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Train_1728535152.jpg)